ନୂଆପଡ଼ା: ନୂଆପଡ଼ାରେ ପୁଣି ବାଘ ଆତଙ୍କ। ଆଜି ସକାଳେ ସରିଲି ବେହେରା ଗ୍ରାମରେ ଏକ ବାଛୁରୀକୁ ମହାବଳ ମାରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଧରମବନ୍ଧା ଥାନା ସିଲିଆରିବାହାରା ଓ କୋଦାପାଲି ଗାଁ ମଧ୍ୟସ୍ଥ ଜଙ୍ଗଲରେ ଏକ ବାଛୁରୀକୁ ମାରି ଖାଇଥିଲା ବାଘ। ବାଛୁରୀଟି କୋଦାପାଲି ଗାଁର ଗୌର ସାହୁଙ୍କ ବୋଲି ଜଣାପଡିଥିଲା।
ସକାଳେ କୋଦୋପାଲି ଗାଁର ଗୌରଙ୍କ ବାଛୁରୀ ଜଙ୍ଗଲକୁ ଚରିବାକୁ ଯାଇଥିଲା। ହେଲେ ମହୁଲ ଫୁଲ ଖାଇବା ଆଶାରେ ସନ୍ଧ୍ୟା ସୁଦ୍ଧା ବାଛୁରୀ ଘରକୁ ଫେରିନଥିଲା। ବାଘ ଭୟରେ ବାଛୁରୀ ମାଲିକ ଜଙ୍ଗଲକୁ ଖୋଜିବାକୁ ଯାଇନଥିଲେ। ହେଲେ ପରଦିନ ଭୋର ସକାଳୁ ଗୌର ନିଜ ଚାଷ ଜମି ପଟେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ବାଘ ବାଛୁରୀକୁ ଖାଉଥିବା ଦେଖିବାକୁ ପାଇଥିଲେ।
ତେବେ ବାଘ ଭୟରେ ବାଛୁରୀ ମାଲିକ ଘରକୁ ଫେରି ଆସିଥିଲେ। ପୂର୍ବାହ୍ନରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଏହାପୂର୍ବରୁ ବାଘ ଜଣେ ବୃଦ୍ଧାଙ୍କୁ ମାରିଥିଲା। ତାଛଡ଼ା ଏକ ଗାଇକୁ ବି ବାଘ ମାରି ଖାଇଥିଲା। ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us