ସୁନାବେଡ଼ା ଅଭୟାରଣ୍ୟ ଜଲମଡେଇ ଗାଁରେ ବାଘ ଆତଙ୍କ: ପୁଣି ବଳଦକୁ ମାରିଲା

ସୁନାବେଡ଼ା ଅଭୟାରଣ୍ୟ ଜଲମଡେଇ ଗାଁରେ ବାଘ ଆତଙ୍କ: ପୁଣି ବଳଦକୁ ମାରିଲା

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲ ସୁନାବେଡ଼ା ଅଭୟାରଣ୍ୟ ଜଲମଡେଇ ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ଏହି ଗ୍ରାମରେ ବୃଦ୍ଧାକୁ ବାଘ ମରିବା ପରେ ପୁଣି ଗତକାଲି ଏକ ବଳଦକୁ ମାରିଥିଲା। ଜଲମଡେଇ ଗାଁର ରାମଶିଲା ପଟିଆଙ୍କ ବଲଦ ମହୁଲ ଖାଇବାକୁ ଜଙ୍ଗଲକୁ ଯାଇଥିଲା। ହେଲେ ବାଘଟି ବଳ କୁ ମାରି ଖାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ପରେ ବନ୍ୟପ୍ରାଣୀ ବିଭାଗ ସୁନାବେଡ଼ା ଅଭୟାରଣ୍ୟ ପକ୍ଷରୁ ଖବର ପାଇବା ପରେ ସୁନାବେଡ଼ା ରେଞ୍ଜର ଶିବ ପ୍ରସାଦ ଖମାରୀ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବନ୍ୟଜନ୍ତୁ ବିଭାଗ ପକ୍ଷରୁ ୧୫ଟି ଟ୍ରାପ କ୍ୟାମରେ ଲଗାଯାଇଥିଲେ ମଧ୍ୟ ବାଘର କୌଣସ ଫଟୋ ଆସୁନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଆଜି ମଧ୍ୟ ବନ୍ୟଜନ୍ତୁ ବିଭାଗ ଗାଁକୁ ଯାଇ ଲୋକଙ୍କୁ ସଂଧ୍ୟା ହେଲେ ବାହାରକୁ ନଯିବା ପାଇଁ ସଚେତନା କରୁଛନ୍ତି। ଗତ ୧୯ ତାରିଖ ଦିନ ସେହି ଜଲମଡେଇ ଗାଁ ରେ ଜଣେ ୬୫ ବର୍ଷୀୟା ମହିଳା ସନମତି ବାରିକଙ୍କୁ ଘର ପାଖରେ ରହିଥିବା କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ବାଘ ଟାଣି ନେଇ ମରିଖାଇଥିଲା। ହେଲେ ସେହି ଦିନଠାରୁ ସୁନାବେଡା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ମଣିଷ ଓ ୧୨ଟି ଗୃହପାଳିତ ପଶୁଙ୍କୁ ବାଘ ମାରିଥିବା ବେଳେ ଜିଲ୍ଲାରେ ଦିନକୁ ଦିନ ବାଘର ଆତଙ୍କ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe