ମୁଷରଙ୍ଗୀ ଜଙ୍ଗଲରେ ମାତିଲା ବାଘ: ପୁଣି ବାଛୁରୀକୁ ମାରି ଖାଇଲା

ମୁଷରଙ୍ଗୀ ଜଙ୍ଗଲରେ ମାତିଲା ବାଘ: ପୁଣି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଧୀନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ଆଜି ତରିଆମହୁଆଭଟା ଗାଁରେ ପୁଣି ବାଘ ଏକ ବାଛୁରୀକୁ ମାରି ଖାଇଥିବା ଜଣାଯାଇଛି।
ଗତକାଲି ରାତିରେ ଆମାନାରା ବିଟ ଅଧୀନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳୁ ବାଛୁରୀ ଗୁହାଳରେ ନଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ଘର ବାଡ଼ିପଟେ ବାଛୁରୀର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ତେବେ ଘଟଣାସ୍ଥଳରେ ବାଘର ପଦଚିହ୍ନ ଠାବ କରିବା ସହ ପରିପାର୍ଶ୍ବିକ ସ୍ଥିତିରୁ ବାଛୁରୀକୁ ବାଘ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି। ଏଭଳି ଗାଁରେ ୫ ମାସ ହେବ ବାଘୁଣୀ ଆତଙ୍କ ଜାରି ରହିଛି।

publive-image

ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘ ମାତିଛି। ଏବେ ଗାଁ ଲୋକେ ବାଘ ଆତଙ୍କରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe