ଚୁଲାଭାଟରେ ଆତଙ୍କ: ପୁଣି ଗାଈକୁ ମାରି ଖାଇଲା ବାଘ

ଚୁଲାଭାଟରେ ଆତଙ୍କ: ପୁଣି ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧୀନ ଚୁଲାଭାଟ ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗତକାଲି ରାତିରେ ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝିଙ୍କ ଗାଈକୁ ବାଘ ମାରି ଖାଇଛି। ଏହାକୁ ମିଶାଇ ଏଯାଏ ବାଘ ଜିଲ୍ଲାର ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର ୧୭ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇସାରଲାଲାଣି। ଏହାଛଡ଼ା ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ବୃଦ୍ଧାଙ୍କୁ ବି ବାଘ ମାରିଥିବା ବେଳେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚାରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା। ଜଙ୍ଗଲରେ ମହୁଲ ଖାଇବା ଆଶାରେ ରହିଯାଇଥିଲା । ବାଘ ଭୟରେ ପରିବାର ଲୋକେ ଗାଈକୁ ଖୋଜିବାକୁ ଯାଇନଥିଲେ। ଆଜି ସକାଳେ ଜଙ୍ଗଲ ଭିତରେ ଗୋବର୍ଦ୍ଧନଙ୍କ ଗାଈର ମୃତଦେହ ପଡ଼ିଥିଲା। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଗାଈକୁ ବାଘ ଶୀକାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

publive-image

ପ୍ରକାଶ ଯେ, ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି। ଗତ ୧୯ ତାରିଖ ଜଳମଡ଼େଇ ଗାଁର ଜଣେ ବୃଦ୍ଧା ସନମତୀ ବାରିକଙ୍କୁ ବାଘ ମାରି ଖାଇ ଦେଇଥିଲା। ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ଉକ୍ତ କଲରାପତରିଆ ବାଘ ବୁଧବାର ଜଳମଡ଼େଇ ଗାଁରେ ଏକ ବଳଦକୁ ମାରି ଖାଇଥିଲା। ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe