ଆଦିବାସୀ ଘେରିଲେ ବୋଡ଼େନ ଥାନା:ନିରୀହ ଲୋକଙ୍କୁ ଗୁଳି

ଆଦିବାସୀ ଘେରିଲେ ବୋଡ଼େନ ଥାନା:ନିରୀହ ଲୋକଙ୍କୁ ଗୁଳି

ନୂଆପଡ଼ା/କରଙ୍ଗାମାଳ/ଖଡ଼ିଆଳ: ଯବାନଙ୍କ ଗୁଳିମାଡ଼ରେ ଦୁଇ ଜଣ ସ୍ଥାନୀୟ ଲୋକ ଆହତ ହେବା ଘଟଣାରେ ଶୁକ୍ରବାର ଆଦିବାସୀ ବୋଡ଼େନ ଥାନା ଘେରାଉ କରିଥିଲେ।
ନୂଆପଡ଼ା ଜିଲ୍ଲା କଂଗ୍ରେସ ଡାକରାରେ ହୋଇଥିବା ଏହି ଘେରାଉରେ ଶତାଧିକ ଆଦିବାସୀ ଡୋଙ୍ଗରିଆ, ପହରିଆ ସାମିଲ ହୋଇଥିଲେ। ଅଭିଯୋଗ କରିଥିଲେ ଯେ, ଗତ ୨୨ ତାରିଖ ମଙ୍ଗଳବାର ମାଓ ଅଧ୍ୟୁଷିତ ଖୋଲିଭିତର ସଂରକ୍ଷିତ ଜଙ୍ଗଲରେ ଏସଓଜି ଯବାନ କମ୍ବିଂ ଅପରେସନ ଜାରି ରଖିଥିଲେ। ସେହି ସମୟରେ ଚାଷ ଜମିରେ ହଳ କରୁଥିବା ବେଳେ ଚତୁର ଚିନ୍ଦା ଓ ବିଦ୍ୟା ଚିନ୍ଦା ନାମକ ଦୁଇ ଆଦିବାସୀଙ୍କ ଉପରକୁ ଯବାନ ଗୁଳି ଚାଳନା କରିଥିଲେ। ଫଳରେ ଚତୁର ଓ ବିଦ୍ୟା ପୁଲିସ କବଜାରେ ରହି ଚିକିତ୍ସିତ ହେଉଛନ୍ତି। ସେହିଭଳି ଗତ ଏପ୍ରିଲ ୧୯ ତରିଖ ଦିନ ସୁକଳ ସିଂ ପହରିଆ ନାମକ ଆଦିବାସୀ ଯୁବକଙ୍କୁ ବୋଡ଼େନ ପୁଲିସ ଥାନାକୁ ଡାକିଥିଲା। ସେହିଦିନଠାରୁ ସୁକଳ ଘରକୁ ଫେରି ନାହାନ୍ତି। ସୁକଳଙ୍କୁ ପୁଲିସ ଲୁଚାଇ ରଖିଛି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଏଭଳି ଏକାଧିକ ଘଟଣାରେ ନିରୀହ ଆଦିବାସୀମାନଙ୍କୁ ପୁଲିସ ମାଓବାଦୀ ନାଁରେ ଗୁଳିମାଡ଼, ନିର୍ଯାତନା, ଗିରଫ କରିଆସୁଛି। ଏହାର ପ୍ରତିବାଦରେ ଶୁକ୍ରବାର କଂଗ୍ରେସ କମିଟି ତରଫରୁ ପୂର୍ବ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଏଆଇସିସି ସାଧାରଣ ସଂପାଦକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଘାସିରାମ ମାଝୀ, ଜୟସିଂ ଚିନ୍ଦା, ଫାରୁକ ମହମ୍ମଦ, ସୈଦାଗର ସାହୁ, ଗିରିରାଜ ମାଝୀ, ମେଘନାଥ ଖର୍ସେଲ ଶତାଧିକ କଂଗ୍ରେସର ସମସ୍ତ କର୍ମକର୍ତ୍ତା ବୋଡ଼େନ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୋଡ଼େନ ଥାନା ଘେରାଉ କରିଥିଲେ। ଗୁଳିମାଡ଼ ଘଟଣାର ସିବିଆଇ ତଦନ୍ତ, ଗୁରୁତର ଆଦିବାସୀଙ୍କୁ କ୍ଷତିପୂରଣ, ଦୋଷୀ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନିଖୋଜ ସୁକଳଙ୍କୁ ୭ ଦିନ ଭିତରେ ଖୋଜି ବାହାର କରିବାକୁ ଦାବି କରିଥିଲେ। ଅନ୍ୟଥା ଜିଲ୍ଲା ନୂଆପଡ଼ା ଜିଲ୍ଲା ବ୍ୟାପୀ ତୀବ୍ର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଧମକ ଦେଇଛି। ଏ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୋଡ଼େନ ଆଇଆଇସିଙ୍କୁ ଦାବିପତ୍ର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe