ନୂଆପଡ଼ା: ଦୁଇଟି ପୃଥକ ଦୁର୍ଘଟଣାରେ ବାଇକ୍ରୁ ପଡ଼ି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବେଲଟୁକୁରୀ ଥାନା ଝିଟିକି ଗାଁର ଈଶ୍ୱର ପାଣ୍ଡେ (୫୦) ରବିବାର ନିଜ ବାଇକ୍ରେ ଯାଉଥିବା ବେଳେ ଗାଁ ପାଖ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍କୁ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଲଖନା ଥାନା ସିନାପାଲି ଗାଁର ଡିଲେଶ୍ୱର ମାଝୀ (୨୩) ଅନ୍ୟ ଜଣକ ସହ ବାଇକ୍ରେ ପଛ ପଟେ ବସି କୁରୁମପୁରୀ ଅଭିମୁଖେ ଯାଉଥିଲେ। ସ୍ଥାନୀୟ ହୋଲିହୋମ୍ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ବାଇକ୍ଟି ପଡ଼ିଯିବାରୁ ଡିଲେଶ୍ୱର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବାଇକ୍ରୁ ପଡ଼ି ୨ ଗୁରୁତର
Advertisment
Follow Us