ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ନାବାଳକ

Advertisment
ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ନାବାଳକ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ପଞ୍ଚାୟତ ସ୍ଥିତ ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କ ସଲିଳ ସମାଧି ହୋଇଯାଇଛି।

ଘଟଣାରୁ ପ୍ରକାଶ ଯୋଗ୍ୟ ଯେ, ଗୁରୁବାର ଦିନ ଦୁଇ ନାବାଳକ ବିଦ୍ୟାଳୟରୁ ପାଠପଢା ସାରି ଘରକୁ ଆସିଥିଲେ। ପରେ ନିକଟସ୍ଥ ଝରନି ପୋଖରୀକୁ ଗାଧୋଇ ଯାଇଥିଲେ। ସେଦୁହେଁ ହେଲେ ବୃଷଭ ବନ୍ଦୀଛୋର (୧୦) ଓ ଅମିତ ବନ୍ଦୀଛୋର (୬) ବୋଲି ଜଣାପଡ଼ିଛି। ପରିବାର ଲୋକେଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ପହଞ୍ଚିବା ଆଗରୁ ଉଭୟଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର ମୋନାଲି ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇ ନାହିଁ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe