ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ

Advertisment
ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନୂଆପଡ଼ା ଗସ୍ତ କରିଛନ୍ତି। ଆଜି ସକାଳ ୮ଟା ୪୦ରେ ପୁରୀ-ଦୁର୍ଗ ଇଟରସିଟିରେ ନୂଆପଡ଼ା ରେଳଷ୍ଟେସନରେ ପହଞ୍ଚିଛନ୍ତି। ପରେ ଷ୍ଟେସନଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା ପ୍ରସନ୍ନ ପାଢ଼ୀ, ହୋମ ସିଂ ମାଝୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀମାନେ ସ୍ବାଗତ କରିଥିଲେ। ସେ ନୂଆପଡ଼ା ସର୍କିଟ ହାଉସରେ କିଛି ସମୟ ରହିବା ପରେ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ର ମନ୍ତ୍ରୀ କିଛି ସମୟ ବିତାଇଥିଲେ। ସେଠାରେ ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ବିଜେପି କାର୍ଯ୍ୟଳୟଠାରେ ସ୍ବାଗତ କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହାପରେ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe