ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ନୂଆପଡ଼ା/ଢେଙ୍କାନାଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ସେହି କ୍ରମରେ ନୂଆପଡ଼ା ଓ ଢେଙ୍କାନାଳରେ ମଧ୍ୟ ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ,ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

publive-image

ସେହିପରି ନୂଆପଡ଼ାରେ କରୋନା କଟକଣାକୁ ମାନି ପାଳନ ହୋଇଛି ଉତ୍କଳ ଦିବସ । ଆଜି ମଧ୍ୟ ନୂଆପଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ। ୨୮ ବର୍ଷ ପୂର୍ବେ ଏହି ଦିନ ନୂଆପଡ଼ାକୁ ଏକ ଜିଲ୍ଲା ରୂପରେ ଘୋଷଣା ହୋଇଥିଲା । ଆଜି ଏକତା ଛକଠାରେ ପ୍ରଶାସନ ତରଫରୁ ସ୍ବର୍ଗତଃ ଘସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ପୁଲିସ୍‌ ପଡ଼ିଆଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସେଠାରେ ଓଡ଼ିଶା ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିବା ବ୍ୟକ୍ତିତ୍ୱମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ ନୂଆପଡ଼ା ଜିଲ୍ଲାପାଳ। ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅତିଥି ଭାବେ ନୂଆପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ, ଜିଲ୍ଲାପାଳ ସ୍ବଧାଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ପିଡି ଡିଆରଡିଏ  ନବୀନ ପଟେଲ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ନୂଆପଡ଼ା ଏନଏସି ଈଓ ରାମଚନ୍ଦ୍ର ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଶେଷରେ ବିଭୂଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe