ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

Advertisment
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

କୋମନା : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ନାରାୟଣପାଟଣା ତହସିଲଦାର ଚିତ୍ତରଂଜନ ବନଗୋଲାଙ୍କ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ଭେଲା ଗ୍ରାମରେ ଥିବା ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ଉ କରାଯାଇଥିଲା। ନୂଆପଡ଼ା ଭିଜିଲାନ୍ସ ଇନିସ୍‌ପେକ୍ଟର ଅଶୋକ ବରୁଆଙ୍କ ନେତୃତ୍ୱରେ ଭବାନୀପାଟଣା ଇନିସ୍‌ପେକ୍ଟର ଶିବୁରାମ ସାହୁ, ରାୟଗଡ଼ାର କଳାବତୀ ବାଗ ଏବଂ ଅଜୟ ସିଂଙ୍କ ସମେତ ୭ ଜଣିଆ ଭିଜିଲାନ୍ସ ଦଳ ଭେଲାସ୍ଥିତ ବନଗୋଲାଙ୍କ ବାସଭବନରେ ଚଢ଼ଉ କରିଥିଲେ। ଘରେ ୬୦ ଗ୍ରାମ ସୁନାଗହଣା ସହ ନଗତ ୧୫୦୦ ଟଙ୍କା, ପାସବୁକ ସହ ୨୩ ଲକ୍ଷ ଟଙ୍କାର ଏକ କୋଠା ଥିବା ଭିଜିଲାନ୍ସ ବିଭାଗ ପ୍ରକାଶ କରିଛି। ସେହିପରି ଖଡ଼ିଆଳଠାରେ ଥିବା ତାଙ୍କ ଗୃହ ସହିତ ନାରାୟଣପାଟଣାରେ ଥିବା ସରକାରୀ ବାସଭବନରେ ଏକା ସାଙ୍ଗରେ ତଦନ୍ତ ଚାଲୁଛି ଓ ସମସ୍ତ ଆକଳନ କଲେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଦଳପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe