ଛୋରିଆଗଡ଼: ଜୁନାଗଡ଼ ବ୍ଲକ୍ ତଳମଲା ପଞ୍ଚାୟତ ମସିଗାଁ ଗ୍ରାମରେ ଚାଲିଥିବା ଭୀମାଙ୍କ ଯାତ୍ରା ଶେଷ ହୋଇଯାଇଛି। ଗ୍ରାମ ଦେବତା ଭୀମା ଓ ଦେବୀ କନ୍ଦେଇରାଣୀଙ୍କ ମଧ୍ୟରେ ବିବାହ ଉତ୍ସବ ସହ ପୋଢ ବଳି ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା। ଏଥିରେ ବାଲିଯାତ୍ରାର ସଭାପତି ଦଧିମନ୍ଥନ ନାଏକ, ଉପସଭାପତି ପୀତାମ୍ବର ନାଏକ, ସଂପାଦକ ମଙ୍ଗରାଜ ବିଶ୍ୱାଲ, ରାମକୃଷ୍ଣ ନାଏକ, ଝାଙ୍କର ଦିଲୀପ ନାଏକ, ଗ୍ରାମରକ୍ଷୀ କୃଷ୍ଣଚନ୍ଦ୍ର ନାଗ, ସ୍ଥାନୀୟ ସରପଞ୍ଚ ଦୁଷିଲା ମାଝୀ, ଶିକ୍ଷକ ଧନୁର୍ଯ୍ୟୟ ମାଝୀ, ବିଶ୍ୱନାଥ ନାଏକ, ବେଣୁ ମଲ୍ଲିକ, ମଧୁସୂଦନ ବିଶ୍ୱାଲ ଉପସ୍ଥିତ ଥିଲେ। ସ୍ଥାନୀୟ ମଧୁସୂଦନ ସାଂସ୍କୃତିକ ଅନୁଷ୍ଠାନ ଓ ସାରା ଆକାଶ ସେନା ବାହିନୀର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
ଭୀମା ଦେବତାଙ୍କ ବିବାହ ଓ ପୋଢ ବଳି
Advertisment
Follow Us