ନୂଆପଡ଼ା ନିର୍ବାଚନ: କିଏ ହାତେଇବେ ବିଜେପି ଟିକେଟ୍‌?

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପ୍ରସନ୍ନ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ନଥିଲେ କ’ଣ ହେବ, ପ୍ରାର୍ଥୀ ହେବା ପାଇଁ ଆଶା ରଖିଛି। ଯେତେଦିନ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ମୁଁ ଆଶା ରଖିଛି।

nuapada

ଭୁବନେଶ୍ବର/ନୂଆପଡ଼ା: ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏଥି ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟର ତିନିଟି ମୁଖ୍ୟ ଦଳ ମଧ୍ୟରୁ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅନ୍ୟପଟରେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। 

ନୂଆପଡ଼ାରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉପନିର୍ବାଚନ କରାଯାଉଛି। ସ୍ବର୍ଗତ ରାଜନ୍ଦ୍ରେ ଢୋଲକିଆ ବିଜେଡିରୁ ବିଧାୟକ ହୋଇଥିବା ବେଳେ ତାଙ୍କର ପୁଅ ଜୟ ଢୋଲକିଆ ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ତେଣୁ ବିଜେପି ଜୟ ଢୋଲକିଆଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଗତ ନିର୍ବାଚନରେ ବିଜେପି ଟିକେଟରେ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ ଏବଂ ଚଳିତ ଥର ପ୍ରାର୍ଥୀ ହେବା ପାଇଁ ପ୍ରସନ୍ନ ପାଢ଼ୀ ମଧ୍ୟ ଆଶାୟୀ ଅଛନ୍ତି। 

ଏହାରି ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପ୍ରସନ୍ନ ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ନଥିଲେ କ’ଣ ହେବ, ପ୍ରାର୍ଥୀ ହେବା ପାଇଁ ଆଶା ରଖିଛି। ଯେତେଦିନ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ମୁଁ ଆଶା ରଖିଛି। ବିଜେପିରୁ ମୋତେ ଟିକେଟ୍‌ ମିଳିଲେ ଲଢେଇ କରିବି। ବସନ୍ତ ବାବୁଙ୍କ ମାନଭଞ୍ଜନ ପାଇଁ ଡକାଯାଇଥିଲା। ହେଲେ ମୋତେ କେହି ଭୁବନେଶ୍ବର ଡାକିନାହାନ୍ତି। ମୋ ବିବେକ କହିଲା ଆସିବା ପାଇଁ। ମୁଁ ଶୀର୍ଷ ନେତୃତ୍ବଙ୍କ ସହ କଥା ହେବି।  

ଶ୍ରୀ ପାଢ଼ୀ କହିଛନ୍ତି, ଅତୀତରେ ବିଜୁ ଜନତା ଦଳରେ ଥିଲି। ୨୦୧୮ରେ ବିଜେପିକୁ ଆସିଲି। ବିଜେଡିକୁ ଯିବା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି, ମୋତେ ଏପର୍ଯ୍ୟନ୍ତ ଅଫର ଆସିନାହିଁ। ଜୟ ଢୋଲକିଆ ବିଜେପିରେ ମିଶିବା ପରେ କିଛି ଲୋକ ଭଲ କହୁଛନ୍ତି। କିଛି ଖରାପ କହୁଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। ଜୟ ଢୋଲିକିଆଙ୍କୁ ବିଜେପିକୁ ନେବା ନେଇ ଶୀର୍ଷ ନେତୃତ୍ବ ପ୍ରସାର ଭାବରେ ଆଲୋଚନା ପର୍ଯ୍ୟାଲୋଚନା କରିଥାଇପାରନ୍ତି। ମୋତେ ସେ ବିଷୟରେ ଜଣାନାହିଁ। ଜୟ ଢୋଲିକିଆ ମିଶିବା ପୂର୍ବରୁ ମୋ ସହ କେହି ଆଲୋଚନା କରିନାହାନ୍ତି। କଂଗ୍ରେସର ସ୍ଥିତି ସେଠାରେ ଭଲ ନାହିଁ। ଆଜି ବି ୩ ନମ୍ବର ଆଗକୁ ବି ୩ ନମ୍ବରରେ ରହିବ। ଭକ୍ତ ଦାସ ଯେତେ ଆକଳନ କଲେ ବି କଂଗ୍ରେସ ଓଡ଼ିଶାରେ ପ୍ରତ୍ୟାଖ୍ୟାନ ହୋଇ ସାରିଛି। 

BJP | Nuapada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe