ବିଷକ୍ରିୟାରେ ମହିଳା ମୃତ :ହତ୍ୟା ଅଭିଯୋଗ କଲେ ପରିବାର ଲୋକ

Advertisment
ବିଷକ୍ରିୟାରେ ମହିଳା ମୃତ :ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ଜୟପାଟଣା: ଜୟପାଟଣା ବ୍ଲକ୍‌ ନାଗୁପଡ଼ା ଗ୍ରାମର ମାଧବ ନାଏକଙ୍କ ପ୍ରଥମ ସ୍ତ୍ରୀ ବାସନ୍ତୀଙ୍କ ବିଷକ୍ରିୟାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ବାସନ୍ତୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ଗୁରୁତର ଅବସ୍ଥାରେ ବାନ୍ତୀଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪ଟା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ସ୍ୱାମୀ ସମେତ ଅନ୍ୟମାନେ ଶବକୁ ଛାଡ଼ି ଚାଲି ଯାଇଥିଲେ। ଏପରିକି ମୃତ୍ୟୁ ଖବର ମଧ୍ୟ ବାପଘର ଲୋକଙ୍କୁ ଦେଇ ନଥିଲେ। ବାପ ଘର ଲୋକେ ଡାକ୍ତରଖାନାରେ ପହଞ୍ଚି ବାସନ୍ତୀଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ। ମାଧବ ନାଏକ ଏଠାକୁ ନଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ସେମାନେ ଅଡ଼ି ବସିଥିଲେ। ମାଧବଙ୍କୁ ପୁଲିସ ଆଣିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ଏଭଳି ଘଟିଥାଇ ପାରେ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe