ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଚୁଲାଭାଟ ଗାଁର ଜଣେ ମହିଳାଙ୍କୁ ଆଜି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଚୁଲାଭାଟର କଥାବାଇ ରାଉତ ନାମକ ମହିଳା (୪୫) ଆଜି ସକାଳୁ ମହୁଲ ଗୋଟାଇବାକୁ ଯାଉଥିବା ସମୟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। କଥାବାଇ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଆସି ଭାଲୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ଭାଲୁ ଆକ୍ରମଣ ଯୋଗୁ ତାଙ୍କ ପିଠି ଓ ଗୋଡ଼ରେ ଆଘାତ ଲାଗିଛି। ବର୍ତ୍ତମାନ ମହିଳାଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି। ଧରମବନ୍ଧା ଓ ଚୁଲାଭାଟ ଅଞ୍ଚଳରେ ଆଗରୁ ମଧ୍ୟ ବନ୍ୟଜନ୍ତୁ ଆକ୍ରମଣ ଯୋଗୁ ଲୋକଙ୍କ ଜୀବନ ଯାଇଥିବା ନଜିର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe