ନୂଆପଡ଼ା : ପୁଣି ଦାଦନ ଦୁଃଖ, ୨ ମାସ ହେବ ତେଲେଙ୍ଗାନାରୁ ଦାଦନ ନିଖୋଜ

Advertisment
ନୂଆପଡ଼ା : ପୁଣି ଦାଦନ ଦୁଃଖ, ୨ ମାସ ହେବ ତେଲେଙ୍ଗାନାରୁ ଦାଦନ ନିଖୋଜ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିରୁ ଆଜିକୁ ୨ ମାସ ହେବ ଜଣେ ଦାଦନ ଶ୍ରମିକ ନିଖୋଜ ହୋଇଛନ୍ତି। ଉକ୍ତ ଶ୍ରମିକଙ୍କ କୌଣସି ପତ୍ତା ମିଳିନଥିବାରୁ ସୋମବାର ଶ୍ରମିକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ଗ୍ରାମ ଭୋଳା ମଲ୍ଲିକ (୫୫), ସ୍ତ୍ରୀ ଝଲମଲି ମଲ୍ଲିକ (୪୪), ଝିଅ ସୁନିତା ମଲ୍ଲିକ (୧୭) ଭିକାରି ମାଝୀ (୪୨), ମିନତି ମାଝୀ (୪୦) ଦଶହରା ପରେ ଖରିଆର ରୋଡ୍‌ ଅଞ୍ଚଳର ଜଣେ ଦଲାଲ ସହାୟତାରେ ତେଲଙ୍ଗାନା ରାଜ୍ୟ ମେଡ଼ଚେଲ ଥାନାର ଏକ ଇଟାଭାଟିରେ  କାମ କରିବାକୁ ଯାଇଥିଲେ। ୨୦୨୧ ନଭେମ୍ବର ୫ ତାରିଖରେ ଭୋଳା ମଲ୍ଲିକ ଶୌଚାଳୟ ଯାଉଛି କହି ଆଉ ଇଟାଭାଟିକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବାପରେ ୭ ନଭେମ୍ବରରେ ମେଡଚେଲ ଥାନାରେ ଅଭିଯୋଗ କରିଥିଲେ। ସ୍ବାମୀ ନିଖୋଜ ହେବାପରେ ଶ୍ରମିକମାନେ ଘରକୁ ଆସିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମାଲିକ ବିରୋଧ କରିଥିଲା, ୧ଲକ୍ଷ ୯୦ ହଜାର ଟଙ୍କା‌ ଫେରାଇଲେ ଶ୍ରମିକଙ୍କୁ ଛାଡ଼ିବ ବୋଲି କହିଥିଲା।

ଭୋଳାଙ୍କ ପୁଅ ରୋହିତ ମଲ୍ଲିକ କୌଣସିମତେ ୧ଲକ୍ଷ ୭୦ ହଜାର ଟଙ୍କା ଖରିଆ‌ର ରୋଡ୍‌ ଅଞ୍ଚଳର ଦଲାଲ ବୁଲୁ ନାଏକଙ୍କୁ ଦେବାପରେ ଶ୍ରମିକମାନେ ଛାଡ଼ ପାଇଥିଲେ। ଚଳିତ ମାସ ୨୫ ତାରିଖରେ ନୂଆପଡ଼ା ଜିଲ୍ଲାର ନିଜ ଘରକୁ ଫେରିଥିଲେ। ସୋମବାର ଝଲମଲି ମଲ୍ଲିକ ଓ ପୁଅ ରୋହିତ ମଲ୍ଲିକ ନୂଆପଡ଼ା ଜିଲ୍ଲାପାଳ ଅଫିସ୍‌ ପହଞ୍ଚି ଭୋଳାଙ୍କ ଉଦ୍ଧାର ପାଇଁ ଦାବି ଜଣାଇଛନ୍ତି। ସ୍ବେଚ୍ଛାସେବୀ ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତାଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନକୁ ଉଦ୍ଧାର ପାଇଁ ଗୁହାରି କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ନେବାକୁ ଗ୍ରାମବାସୀ  ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe