ଚଳନ୍ତା ଟ୍ରେନରୁ ଖସି ପଡ଼ି ଶ୍ରମିକଙ୍କ ଗୋଡ଼ କଟିଲା

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖଲିଆ ପାଣି ଗାଁର ରଥୁ ବରିହା (୪୫)ନାମକ ଜଣେ ଶ୍ରମିକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ଗୋଡ଼ କଟି ଯାଇଥିବା ଜଣା ପଡିଛି। ଶ୍ରମିକଜଣକ ହରିଶଙ୍କରରୁ ନୂଆପଡ଼ା ଅଭିମୁଖେ ଆସୁଥିବା ଟ୍ରେନରୁ ଖସି ପଡ଼ିଥିଲେ। ରଥୁ ନିଜ ସାଥୀଙ୍କ ସହ ମିଶି ହରିଶଙ୍କର ରୋଡ଼ରେ ରେଳ ବିଭାଗର ଜଣେ ଠିକାଦାରଙ୍କ ନିକଟରେ ନିୟୋଜିତ ହୋଇ କାମ କରୁଥିଲେ।

ଗତ ରାତିରେ କିଛି ଟଙ୍କା ପାଇ ସେ ନିଜ ଘରକୁ ଫେରୁଥିଲେ। ଟ୍ରେନରେ ଚଢ଼ି ସେ କୁଆଡେ ଗେଟ ପାଖରେ ବସିଥିଲେ। ଟ୍ରେନ ଗଡ଼ିବାର କିଛି ଦୂର ଗଲା ପରେ ହଠାତ ଖସି ପଡ଼ିଥିଲେ। ଟ୍ରେନରେ ଗୋଡ଼ କଟି ଯାଇଥିଲା। ରାତି ପ୍ରାୟ ଦୁଇଟା ବେଳେ ରେଳ ବିଭାଗ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲା। ପରିବାର ଲୋକଙ୍କୁ ଜଣାଇବା ସହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଥୁ ବରିହାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଗରିବ ଶ୍ରମିକ ଶ୍ରେଣୀର ପରିବାର ହେତୁ ସରକାରଙ୍କୁ ତରଫରୁ ସହାୟତା ଯୋଗାଇବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe