ଯୁବତୀଙ୍କ ଆତ୍ମହତ୍ୟା

Advertisment
ଯୁବତୀଙ୍କ ଆତ୍ମହତ୍ୟା

ନୂଆପଡ଼ା: ବେଲଟୁକୁରୀ ଥାନା ଆମୋଦତାଣ୍ଡା ଗ୍ରାମର ପନାଲାଲ ନାଏକଙ୍କ ଝିଅ ସୁନିତା ନାଏକ (୨୫) ଗୁରୁବାର ରାତିରେ ବେକରେ ରଶି ଲଗାଇ ପଙ୍ଖାରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଶୁକ୍ରବାର ସକାଳେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ସୁଇସାଇଡାଲ ନୋଟ୍‌ ଜବତ କରିଛି। ପୁଲିସ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ତୁରନ୍ତ ତାଙ୍କୁ ବିବାହ କରିବାକୁ କହିବା ସହ ବିବାହ ନ କଲେ ବହୁତ କଥା ‌ଇଣ୍ଟରନେଟ୍‌ରେ ଛାଡ଼ି ଦେବି ବୋଲି ଧମକ ଦେବାରୁ ସେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଏଥିରେ ଉଲ୍ଲେଖ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe