ଭାଲୁ ଆକ୍ରମଣରେ ଯୁବତୀ ଗୁରୁତର

ଭାଲୁ ଆକ୍ରମଣରେ ଯୁବତୀ ଗୁରୁତର

ନୂଆପଡ଼ା: ଖରିଆରୋଡ ରେଞ୍ଜ ଅନ୍ତର୍ଗତ କୋଦୋମେରୀ ପଞାୟତର କେରମେଲି ଗାଁର ହେମବତୀ ମାଝୀ(୧୮) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସେ ଚାଷ ଜମିରେ କାମ କରୁଥିବା ପରିବାର ଲୋକଙ୍କ ପାଇଁ ସକାଳ ପ୍ରାୟ୧୦ଟା ସମୟରେ ଖାଇବାକୁ ନେଇ ଯାଉଥିବା ବେଳେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପାଖରେ ଥିବା ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣି ଭର୍ତ୍ତି କରାଇଥିଲେ। ବନବିଭାଗ ପକ୍ଷରୁ ଚିକିତ୍ସା ସହାୟତା ପ୍ରଦାନ ପାଇଁ ପରିବାର ଲୋକେ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe