ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖାଇକୁ ଖସିଲା କାର୍‌ ୪ କଲେଜ ଛାତ୍ରଙ୍କ ମୃତ୍ୟୁ

new indian express

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଭାନପୁର ଗାଁର ଶବରପଡାରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଶବରପଡ଼ାର ବୈବସୂତ ଶବର ଓରଫ ବବଲୁ (୨୦) ବୋଲି ଜଣାପଡ଼ିଛି। ସୂଚନାନୁସାରେ ସନ୍ଧ୍ୟାରେ ବବଲୁ ଘରେ ଖାଇ ଗାଁରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।

ଗତକାଲି ଭୋରରେ ବବଲୁଙ୍କ ବାପା ଘର ବାଡ଼ି ପଟକୁ ଶୌଚ ପାଇଁ ଯାଇଥିବା ବେଳେ ବବଲୁର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିଥିଲେ। ଏନେଇ ପରିବାର ଲୋକେ ବେଲଟୁକୁରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ସୁଦ୍ଧା ବବଲୁଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରେମ ପାଇଁ ଆତ୍ମହତ୍ୟା କରି ଥାଇପାରେ ବୋଲି ପୁଲିସ ଅନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe