ଚାଷୀ ବଞ୍ଚାଅ ପଦଯାତ୍ରା ଆରମ୍ଭ

Advertisment
ଚାଷୀ ବଞ୍ଚାଅ ପଦଯାତ୍ରା ଆରମ୍ଭ

ନୂଆପଡ଼ା: ବିକ୍ରି ହୋଇ ପାରି ନଥିବା ରବି ଧାନ ମଣ୍ଡିରୁ ଉଠାଇବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ନୂଆପଡ଼ା ଜିଲ୍ଲା ଚାଷୀ ଏକତା ମଞ୍ଚ ପକ୍ଷରୁ ଗୁରୁବାରରୁ ଦୁଇଦିନିଆ ଚାଷୀ ବଞ୍ଚାଅ ପଦଯାତ୍ର ଆରମ୍ଭ ହୋଇଯାଇଛି। ଗୁରୁବାର ବେଲଟୁକରି ମଣ୍ଡି ଠାରୁ ଶତାଧିକ ଚାଷୀ ପଦଯାତ୍ର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଚାଷୀମାନେ ବେଲଟୁକୁରି, କୁଲିଆବନ୍ଦା, ପରକୋଡ଼, ବିଶୋରା, ବଲୋଦାରେ ମଧ୍ୟାହ୍ନ ଭୋଜନ କରିବା ପରେ ପୁଣି ପଦଯାତ୍ରାରେ ବାହାରିଥିଲେ। ମଙ୍ଗରାପାଲି, ଜେଞ୍ଜରା ଦେଇ ଖରିଆର ରୋଡ଼ରେ ପହଞ୍ଚିଛନ୍ତି। ଚାଷୀମାନେ ପ୍ରାୟ ୫୦ କିମି ପଦଯାତ୍ରା କରିଥିବା ବେଳେ ସିଲଦା ଠାରେ ରାତ୍ରି ଯାପନ କରିବା ସହ ୧୨ ତାଖ ଦିନ ପୁଣି ସକାଳୁ ପଦଯାତ୍ର କରିବେ। ନୂଆପଡ଼ା ଜିଲ୍ଲା ସଦର ମହକୁମା ପରିକ୍ରମା ପରେ ଜିଲ୍ଲାପାଳ ଅଫିସ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୧୩ ତାରିଖ ଦିନ ନୂଆପଡ଼ା ଠାରେ ଏକ ବିରାଟ ଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପଦଯାତ୍ରାରେ ଯୁବ ନେତା ରବି ମଙ୍ଗରାଜ, ପ୍ରେମ ନାଏକ, ଚତୁର୍ଭୁଜ ଶର୍ମାଙ୍କ ସହ ଶତାଧିକ ଚାଷୀ ଏହି ପଦଯାତ୍ରାରେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe