ନର୍ସିଂ କ୍ୟାଡର୍‌ ପୁର୍ନଗଠନ ନେଇ ଧାରଣା

Advertisment
ନର୍ସିଂ କ୍ୟାଡର୍‌ ପୁର୍ନଗଠନ ନେଇ ଧାରଣା

ବାରିପଦା: ନର୍ସିଂ କ୍ୟାଡର୍‌ ପୁର୍ନଗଠନ, ଗ୍ରେଡ୍‌ପେ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବିକୁ ନେଇ ଆଜି ପିଆରଏମ ମେଡିକାଲ କଲେଜ ଏଣ୍ଡ୍‌ ହସ୍‌ପିଟାଲରେ କାର୍ଯ୍ୟରତ ସେବିକା(ନର୍ସ)ମାନେ ଧାରଣା ପ୍ରଦର୍ଶନ କରିଥିଲେ। ଓଡ଼ିଶା ନର୍ସିଂ ସଂଘର ନିର୍ଦ୍ଦେଶ କ୍ରମେ ଏହା ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ କାର୍ଯ୍ୟରତ ନର୍ସମାନଙ୍କୁ ମୂଳ ଦରମା ୯,୩୦୦ ଟଙ୍କା ପ୍ରଦାନ ସାଙ୍ଗକୁ ୪,୨୦୦ ଟଙ୍କା ଗ୍ରେଡ଼ ପେ ଏବଂ ୬ ବର୍ଷର ଅସ୍ଥାୟୀ କାର୍ଯ୍ୟକାଳକୁ ମିଶାଇ ୧୦ ବର୍ଷରେ ଏମଏସିପି ପ୍ରଦାନ ଦାବି ହୋଇଛି। ଗତବର୍ଷରୁ ଏହି ସମସ୍ତ ଦାବିକୁ ନେଇ ସେବିକାମାନଙ୍କ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇ ଆସୁଥିବା ବେଳେ ସରକାର ଏହାକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ସରକାର ଦାବି ପୂରଣ ନେଇ ପଦକ୍ଷେପ ନନେଲେ ସୋମବାର ଦିନ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଧାରଣାରତ ସେବିକାମାନେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe