ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଧାରଣା ପ୍ରଦର୍ଶନ କରାଯାଇଛି। ଏହି ଦାବିଗୁଡିକ ମଧ୍ୟରୁ ନର୍ସିଂ କ୍ୟାଡରରେ ଆଉଟ ସୋର୍ସିଂ ପ୍ରଥା ଉଚ୍ଛେଦ କରାଯାଉ। ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରିବା ,ନର୍ସିଂ ଅଫିସରମାନଙ୍କ ସିଏଚଓ ପୋଷ୍ଟରୁ ଫେରାଇ ଆଣିବା, ପଦନ୍ନୋତି ସ୍ତିରକୃତ କରିବା,ରବିବାର,ଦ୍ବିତୀୟ ଓ ଚତୁର୍ଥ ଶନିବାର ଛୁଟି ପ୍ରଦାନ କରିବା, କେବିକେ ଭତ୍ତା ପ୍ରଦାନ କରିବା, ଅସ୍ଥାୟୀଙ୍କୁ ତୁରନ୍ତ ସ୍ଥାୟୀ କରିବା, ନର୍ସିଂ ଅଫିସରଙ୍କ ଡ୍ରେସ କୋଡ ବଦଳାଇବା ଭଳି ବହୁ ଦାବି ରହିଛି। ଆଜି ସକାଳୁ ନର୍ସିଂ କର୍ମଚାରୀମାନେ ଧାରଣା ଦେବା ସହ ତୁରନ୍ତ ୧୦ ଦଫା ଦାବି ସରକାର ନମାନିଲେ ମେଡିକାଲରେ ତାଲା ଝୁଲିବ ବୋଲି ଚେତାବନୀ ଦିଆଯାଇଛି।
୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀଙ୍କ ଧାରଣା
Advertisment
Follow Us