ମୟୁରଭଂଜ ଜିଲ୍ଲା ଓକିଲ ସଂଘର ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ

Advertisment
ମୟୁରଭଂଜ ଜିଲ୍ଲା ଓକିଲ ସଂଘର ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ

ବାରିପଦା : ଜିଲ୍ଲା ଓକିଲ ସଂଘ, ବାରିପଦାର ନବନିର୍ବାଚିତ ସଦସ୍ୟମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ବାର୍ କାଉନସିଲ୍‌ର ସଭାପତି ଭାବେ ପ୍ରବୀର କୁମାର ବସା , ଉପସଭାପତି ଭାବେ ସୁଜାତା ମିଶ୍ର, ସମ୍ପାଦକ ଭାବେ ବସନ୍ତ ଭୋଳ, ସହ ସମ୍ପାଦକ ଭାବେ ସ୍ଵରୂପ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ଅରବିନ୍ଦ ସାହୁ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ଆଗାମୀ ଦିନରେ କୋର୍ଟ ବିଲ୍ଡିଂ ପ୍ରତିଷ୍ଠା କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ଦାୟିତ୍ଵକୁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ସମ୍ପାଦକ ବସନ୍ତ କୁମାର ଭୋଳ ପ୍ରକାଶ କହିଛନ୍ତି । ଏଥିସହିତ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଵପ୍ନା ମହାନ୍ତି, ଦୁଷ୍ମନ୍ତ କୁମାର ଦାସ, ଅନିଲ ବେହେରା, ଦିଲ୍ଲୀପ କୁମାର ପାତ୍ର, ସତ୍ୟବାନ୍ ପାଲ୍, କୈଳାଶ ସାହୁ, ଶାନ୍ତନୁ କୁମାର ପାଲ୍, ସତ୍ୟ ନାରାୟଣ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ରାଜୀବ ମହାନ୍ତି, ଅଶୋକ ପଣ୍ଡା ଓ ବଟକୃଷ୍ଣ ପାଢୀ ପ୍ରମୁଖ ମଧ୍ୟ ଶପଥପାଠ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe