ସାମ୍ବାଦିକ ସ୍ବର୍ଗତ ବିଶ୍ଵଜିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି  

ସାମ୍ବାଦିକ ସ୍ବର୍ଗତ ବିଶ୍ଵଜିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି  
ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବରିଷ୍ଠ ସାମ୍ବାଦିକ ସ୍ୱାଗର୍ତ ବିଶ୍ଵଜିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଚଳିତ ମାସ ଗତ ୧୭ ତାରିଖ ଦିନ କଟକସ୍ଥିତ ଏକ ଘରେଇମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ନନ୍ଦପୁରସ୍ଥିତ ମଦୀୟ ବାସ ଭବନରେ ଅନୁଷ୍ଠିତ ଦ୍ବାଦଶ କାର୍ଯ୍ୟ ରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ନନ୍ଦପୁର ଏ ସ ଡି ପି ଓ ସଞ୍ଜୟ ମହାପାତ୍ର, ତହସିଲଦାର ନରସିଂହ ଗଦାବା, ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଙ୍ଗି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୃବ ରାଜ ମୁର୍ମୁ, ସାମାଜିକ କର୍ମୀ ମୁନା ଦଳପତି,ବନ୍ଧୁ ବାନ୍ଧବ, ସହକର୍ମୀ,  ସମ୍ବାଦର ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ, ଆକାଉଣ୍ଟସ ବିଭାଗ ମୁଖ୍ୟ ଆନନ୍ଦ ଓଝା, କ୍ଷୀରୋଦ ଭୋଳ, ବିଜ୍ଞାପନ ବିଭାଗ ମୁଖ୍ୟ ପ୍ରସନ୍ନ ମିଶ୍ର, ପ୍ରସାର ବିଭାଗ ମୁଖ୍ୟ ଭେଙ୍କଟ ପ୍ରସାଦ ଦୋରା ଓ ଜ୍ଞାନଚାନ୍ଦ ଜଗନ୍ନାଥ ଉପସ୍ଥିତ ରହିଥିଲେ। ଏହାସହ ଅଜୟ କୁମାର ସାହୁ, କୀର୍ତି ଚନ୍ଦ୍ର ସାହୁ, ମାନଜ କୁମାର ପଟ୍ଟନାୟକ, କର୍ଣ୍ଣା ସାମଲ, ପ୍ରଭାକର ମହାରଣା, କେଶବ ଚୌଧୁରୀ, ବିପିନ ମହାନ୍ତି, ଚୌଧୁରୀ ବାବୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ନନ୍ଦପୁର ରେ ତାଙ୍କ ଜନସେବା ଚରି ସ୍ମୁ ତି ହୋଇ ରହିବ ବୋଲି ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ତ୍ରିନାଥ ଖରା ପରିଚାଳନା କରିଥିବା ବେଳେ।ଲାଲ ବାହାଦୂର ଚୌଧୁରୀ, କିଶୋର ଚୌଧୁରୀ, ଧୁର୍ଯ୍ୟଧନ ନାୟକ, ମହେଦ୍ର ଖେମୁଣ୍ଡୁ ବପୁଜି, ଓ ଅନ୍ୟାନ୍ୟ ବନ୍ଧୁ ବର୍ଗ ଯୋଗ ଦେଇ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe