ନିଜ ଆୟଠୁ ୧୬୬% ଅଧିକ ସମ୍ପତ୍ତି, ଜେଲ୍‌ ଗଲେ ଓସିସିଏଲ୍‌ ଅଧିକାରୀ ରଂଜନ ଡାଙ୍ଗ୍‌

Advertisment
ନିଜ ଆୟଠୁ ୧୬୬% ଅଧିକ ସମ୍ପତ୍ତି, ଜେଲ୍‌ ଗଲେ ଓସିସିଏଲ୍‌ ଅଧିକାରୀ ରଂଜନ ଡାଙ୍ଗ୍‌

ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ରଖିବା ମାମଲାରେ ଓଡ଼ିଶା କନ୍‌ଷ୍ଟ୍ରକ୍‌ସନ କମ୍ପାନି ଲିମିଟେଡ୍ (ଓସିସିଏଲ୍‌), ସମ୍ବଲପୁରର ବରିଷ୍ଠ ପ୍ରବନ୍ଧକ ରଂଜନ କୁମାର ଡାଙ୍ଗ୍‌ଙ୍କୁ ‌ମଙ୍ଗଳବାର ଭିଜିଲାନ୍‌ସ ପକ୍ଷରୁ ଗିରଫ୍ କରାଯାଇଛି। ଶ୍ରୀ ଡାଙ୍ଗଙ୍କ ମାଲିକାନାରେ ତାଙ୍କ ଆୟଠାରୁ ୧ କୋଟି ୬୩ ଲକ୍ଷ ୫୮ ହଜାର ୮୪୯ ଟଙ୍କାର ଅଧିକ ସମ୍ପତ୍ତି ଥିବା ଜଣା ପଡ଼ିଛି। ଏହା ତାଙ୍କ ବୈଧ ଆୟର ୧୬୬% ହେବ ବୋଲି ଭିଜିଲାନ୍‌ସ ପକ୍ଷରୁ କହାଯାଇଛି।

ଏହି ମାମଲାରେ ଶ୍ରୀ ଡାଙ୍ଗ୍‌ଙ୍କୁ ଗିରଫ୍ କରି ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ସୋମବାର ଭିଜିଲାନ୍‌ସ ପକ୍ଷରୁ ଶ୍ରୀ ଡାଂଗଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ, ଚୈତନ୍ୟ ନଗରସ୍ଥିତ ବାସଭବନ ସମେତ ଜିଲ୍ଲାର ୩ଟି ସ୍ଥାନରେ ଚଢ଼ଉ କରା ଯାଇଥିଲା। ଦୁଇ ଜଣ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ସମ୍ବଲପୁର ସହରରେ ତାଙ୍କର ଏକ ତିନି ମହଲା କୋଠା, ଗୋଟିଏ ଦୁଇଚକିଆ ଗାଡ଼ି ଏବଂ ୭ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଏହା ବ୍ୟତୀତ ୧୬.୯୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୨୧.୧୫ ଲକ୍ଷ ଟଙ୍କାର ବୀମା ପଲିସିଥିବା ଜଣାପଡ଼ିଥିଲା। ‌ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା ମିଳିଥିଲା। ଭିଜିଲାନ୍‌ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe