ନୂଆପଡ଼ା : ଗୋଟିଏ ମିନିଟରେ ସର୍ବାଧିକ ନି ଷ୍ଟ୍ରାଇକ କରି ଗିନିଜ ବୁକ୍ ଅଫ୍ ୱାଲ୍ଟ ରେକର୍ଡକୁ ନିଜ ନାଁ ରେ କରିଛନ୍ତି ନୂଆପଡ଼ା ଜିଲ୍ଲାର ସଚିନ। ଗୋଟିଏ ମିନିଟରେ ସର୍ବାଧିକ ୧୩୭ ଥର ନି ଷ୍ଟ୍ରାଇକ କରି ନିଜ ନାଁ ରେ କରିଛନ୍ତି ସଚିନ ବେହେରା । ପୂର୍ବରୁ ଏହି ରେକର୍ଡ ଚେନ୍ନାଇର ଜୟନ୍ତ ରେଡ୍ଡିଙ୍କ ନାଁରେ ଥିଲା, ଯିଏକି ଗୋଟିଏ ମିନିଟରେ ୧୧୫ କରି ନିଜ ରେକର୍ଡ କରିଥିଲେ ।
ଏହା ସହିତ ଗତ ଜାନୁୟାରୀ ୩୦ ତାରିଖରେ ମଧ୍ୟ ୫ କେଜିର ଓଜନ ସହିତ ୩ ମିନିଟରେ ୨୦୪ ଥର ନି ଷ୍ଟ୍ରାଇକ କରି ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି ଯାହାକି ଏବେ ପାକିସ୍ତାନର ମହମ୍ମଦ ଅସିଫଙ୍କ ନାଁରେ ରହିଛି । ସେ ଗୋଟିଏ ମିନିଟରେ ୧୭୮ଟି ନି ଷ୍ଟ୍ରାଇକ କରିଥିଲେ । ନୂଆ ରେକର୍ଡ ଖୁବ୍ ଶୀଘ୍ର ସଚିନଙ୍କ ନାଁରେ ରେଜିଷ୍ଟର ହେବାକୁ ଯାଉଛି । ଏହି ସଫଳତା ପାଇଁ ଆଜି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ରାଜ ଭବନରେ ସଚିନଙ୍କୁ ସମ୍ମାନିତ କରିବା ସହିତ ଆଗକୁ କ୍ରୀଡା କ୍ଷେତ୍ରରେ ଯାହାବି ସହଯୋଗ ଦରକାର ରାଜ୍ୟ ସରକାରଙ୍କ ଜରିଆରେ ସହଯୋଗ କରିବେ ବୋଲି ପ୍ରତଶ୍ରୁତି ଦେଇଛନ୍ତି ।
Follow Us