ବାହାରିନରେ କାର୍ଯ୍ୟରତ ଓଡ଼ିଆ ସିଇଓ’ଙ୍କୁ ସମ୍ମାନ: ରାଜ୍ୟର ଶ୍ରେଷ୍ଠ ୨୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଲେ ଅରୁଣ ପ୍ରହରାଜ

Advertisment
ବାହାରିନରେ କାର୍ଯ୍ୟରତ ଓଡ଼ିଆ ସିଇଓ’ଙ୍କୁ ସମ୍ମାନ: ରାଜ୍ୟର ଶ୍ରେଷ୍ଠ ୨୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଲେ ଅରୁଣ ପ୍ରହରାଜ

ବାରିପଦା: ବାହାରିନରେ ଦାଦାଭାଇ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ କାର୍ଯ୍ୟରତ ଓଡ଼ିଆ ସିଇଓ ଅରୁଣ କୁମାର ପ୍ରହରାଜଙ୍କୁ ରାଜ୍ୟରେ ସମ୍ମାନିତ କରାଯାଇଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେଷ୍ଠ ୨୦ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ସ୍ଥାନ ପାଇଛନ୍ତି ଶ୍ରୀ ପ୍ରହରାଜ। ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବାହାରିନ୍‌ରେ ଥାଇ ଭିଡିଓ ବାର୍ତ୍ତା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ପ୍ରହରାଜ ସାଂସଦ ଅଚ୍ୟୁତ ସାମନ୍ତଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ବାହାରିନରେ କାର୍ଯ୍ୟରତ ଶ୍ରୀ ପ୍ରହରାଜ କରୋନାଜନିତ ଲକ୍‌ଡାଉନ ସମୟରେ ସେଠାରେ ବସବାସ କରୁଥିବା ଓଡ଼ିଆଙ୍କୁ ସେମାନଙ୍କ ଘରକୁ ପଠାଇବାରେ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ। ସେହିପରି ବିଦେଶରେ ଓଡ଼ିଆ ଭାଷା ସାହିତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ମଧ୍ୟ ଶ୍ରୀ ପ୍ରହରାଜ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି। ଏହି ୨୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ବହୁ ରାଜନେତା, ଉଦ୍ୟୋଗୀ ରହିଛନ୍ତି। ଏହି ସମ୍ମାନକୁ ଶ୍ରୀ ପ୍ରହରାଜ ତାଙ୍କ ପିତା ସ୍ୱର୍ଗତଃ ତ୍ରଲୋକ୍ୟନାଥ ପ୍ରହରାଜଙ୍କୁ ଉତ୍ସର୍ଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe