ସଇନ୍ତଳା: ସଇନ୍ତଳା ବ୍ଲକ୍ କରମତଲା ପଂଚାୟତ ଗୁରମୁନୀ ଗାଁର ଥବିର ବୁଡ଼େକ (୩୪) ବିଏସ୍ଏଫ୍ରେ ଯବାନ ଭାବରେ ଆସାମରେ ଅବସ୍ଥାପିତ ଥିଲେ। ଶନିବାର କିଛି ଅଧିକାରୀଙ୍କ ସହ ସରକାରୀ ଗାଡ଼ିରେ ସେ ଆସାମର ଗୌହାଟିକୁ ଯାଇ ଫେରୁଥିବା ବେଳେ ନିକୁଞ୍ଜ ବିହାରର ଦୁର୍ଗମ ଘାଟି ଅଂଚଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ପାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂହଭୋଇ, ବିଧାୟିକାଙ୍କ ବ୍ଲକ୍ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବ୍ଲକ୍ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଥବିରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୋମବାର ପୂର୍ବାହ୍ନରେ ତାଙ୍କ ପୈତୃକ ଗ୍ରାମ ଗୁରମୁନୀକୁ ଥବିରଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି
  
 Follow Us