ଆସାମରେ ଯାଜପୁର ଯୁବକଙ୍କ ମୃତ୍ୟୁ

ଆସାମରେ ଯାଜପୁର ଯୁବକଙ୍କ ମୃତ୍ୟୁ

ଧର୍ମଶାଳା: ଆସାମର ଏକ ଠିକାସଂସ୍ଥାରେ କାମ କରୁଥିବା ଧର୍ମଶାଳା ବ୍ଲକ୍ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗ୍ରାମର ସୁଚିତ୍ର ବଳ(୪୫)ଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଛି। ମରଶରୀର ଗତକାଲି ରାତିରେ ଘରେ ପହଞ୍ଚିବା ପରେ ଗ୍ରାମ ଶ୍ମଶାନ ଶେଷକୃତ୍ୟ କରାଯାଇଛି। ପୁଅ ଧୀରେଜ୍ ମୁଖାଗ୍ନି ଦେଇଥିଲେ। ଇମାମନଗର ଗ୍ରାମର ହରିହର ବଳଙ୍କ ପୁଅ ସୁଚିତ୍ର ୧୦ ବର୍ଷ ହେଲା ଆସାମର ଏକ ଠିକାସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସରପ‌ଞ୍ଚ ତ୍ରିଲୋଚନ ଜେନା, ଗାଁ ମୁରବି ମହେଶ୍ବର ରାଉତ, ସାମାଜିକ କର୍ମୀ ଦେବବ୍ରତ ରାଉତ, କେଶବ ଚନ୍ଦ୍ର ପାଳ, ବିକ୍ରମ ଜେନା, ସୁଦର୍ଶନ ପାଳ, ବିଦ୍ୟାଧର ରାଉତ, ପ୍ରତାପ ପାଳ, ବିଦ୍ୟାଧର ରାଉତ, କେଶବ ପାଳ, ଗଗନ ବିହାରୀ ପାଳ ଓ ପୁରସ୍ତମ ଜେନା ସ୍ବର୍ଗତ ବଳଙ୍କ ଶେଷଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe