ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ, ୫ଦିନ ହେଲା ମୃତଦେହ ଘରେ ପହଞ୍ଚି ପାରିଲା ନାହିଁ

Advertisment
ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ, ୫ଦିନ ହେଲା ମୃତଦେହ ଘରେ ପହଞ୍ଚି ପାରିଲା ନାହିଁ

କନ୍ଧମାଳ : କନ୍ଧମାଳ ଜିଲ୍ଲାକୁ ଆଦିବାସୀ ଅଧ୍ୟୁଷିତ ତଥା ଶିଳ୍ପ ବିହୀନ ଜିଲ୍ଲା ବୋଲି କୁହାଯାଏ। ତେବେ ସେଠାରେ କାମଧନ୍ଦା ଅଭାବରୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଯୁବକ ଯୁବତୀ କେରଳ ଦାଦନ ଖଟିବାକୁ ଚାଲି ଯାଉଛନ୍ତି।

ଦାଦନ ଖଟିବା ସହ ବହୁ ଯନ୍ତ୍ରଣା ସହି ନିଜନିଜ ପରିବାର ପ୍ରତିପୋଷଣ କରୁଛନ୍ତି ଓଡ଼ିଶା ଶ୍ରମିକ । ଅନେକ ସମୟରେ ଖବର ଆସିଛି କି କେରଳରେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ନିଜ ଜନ୍ମ ମାଟିକୁ ମୃତଦେହ ଆଣିବା ନିମନ୍ତେ ତାଙ୍କ ପରିବାରକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

ଏହିଭଳି ଏକ ଘଟଣା ନିକଟରେ ଜି.ଉଦୟଗିରି ସହରର ୫ନଂ ୱାର୍ଡ ଅନ୍ତର୍ଗତ ହାତପଦା ସାହିରେ ଘଟିଛି। ଏଠାରେ ବସବାସ କରୁଥିବା ପୂର୍ଣଚନ୍ଦ୍ର ନାୟକଙ୍କ ଦ୍ୱିତୀୟ ପୁତ୍ର କାର୍ତ୍ତିକେଶ୍ୱର ନାୟକ(୩୩)କେରଳ ଦାଦନ ଖଟିବାକୁ ଯାଇ ପେରୁମ୍ଭାଭୁର ଠାରେ ରହି ଏକ ପ୍ଲାଏଉଡ଼ କମ୍ପାନିରେ କାମ କରୁଥି‌ଲେ।

ଗତ୧୫ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସେଠିକାର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ସେଇ ଦିନ ରାତି ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ୍ୟୁ ପରେ କାର୍ତ୍ତିକେଶ୍ୱରଙ୍କ ମୃତଦେହ ନିଜ ଜନ୍ମ ମାଟି ଜି.ଉଦୟଗିରିକୁ ଆଣିବା ନିମନ୍ତେ ସେଠାରେ ଥିବା ତାଙ୍କ ସାନ ଭାଇ ଏବଂ କିଛି ସମ୍ପର୍କୀୟ ଚେଷ୍ଟା ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ର,ପୁଲିସ ଷ୍ଟେସନକୁ ଦୌଡ଼ି ଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଅର୍ଥାତ ମୃତ୍ୟୁକୁ ୫ଦିନ ବିତିଯାଇଥିଲେ ମଧ୍ୟ ସେଇ ସ୍ଥାନରୁ କାର୍ତ୍ତିକେଶ୍ୱରଙ୍କ ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ଜି.ଉଦୟଗିରିକୁ ପହଞ୍ଚି ପାରିଲା ନାହିଁ।

କାର୍ତ୍ତିକେଶ୍ୱରଙ୍କ ବାପା ଓ ମା’ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି । ଏଥିସହିତ ମୃତପୁଅର ଶବକୁ ଅପେକ୍ଷା କରି ବସିଛନ୍ତି। ଦେଖୁ ଦେଖୁ ୫ଦିନ ବିତି ଗଲାଣି ଏଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ କାର୍ତ୍ତିକେଶ୍ୱରଙ୍କ ପରିବାର ଗୁହାରି କରିଛନ୍ତି କି କେରଲରୁ ନିଜ ପୁତ୍ରର ମୃତଦେହ ଆଣିବାକୁ କିଛି ବ୍ୟବସ୍ଥା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe