ବିଶ୍ୱ ଓଡ଼ିଶାର ନବବର୍ଷ ସଂକଳ୍ପ; ୨୦୨୧ ମସିହା ପାଳିତ ହେବ ବିଶ୍ୱ ଓଡ଼ିଆ ସଦ୍ଭାବନା ବର୍ଷ

Advertisment

୨୧ଟି ରାଷ୍ଟ୍ରରେ ସଦ୍ଭାବନା ବାର୍ତ୍ତାବହ ଅବସ୍ଥାପିତ

୨୧ଟି ରାଷ୍ଟ୍ରରେ ସଦ୍ଭାବନା ବାର୍ତ୍ତାବହ ଅବସ୍ଥାପିତ

ବିଶ୍ୱ ଓଡ଼ିଶାର ନବବର୍ଷ ସଂକଳ୍ପ; ୨୦୨୧ ମସିହା ପାଳିତ ହେବ ବିଶ୍ୱ ଓଡ଼ିଆ ସଦ୍ଭାବନା ବର୍ଷ

Sambad

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଏହାର ସଭାପତି, ମାନ୍ୟବର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ‘ବିଶ୍ୱ ଓଡ଼ିଶା’ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ୱୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ  କରୁଛି। ଏବଂ ଏହା ଆଗାମୀ ଦିନରେ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟ ପାନୀୟ, ବେଶ ପୋଷାକ ତଥା ପର୍ଯ୍ୟଟକଙ୍କୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ ବୋଲି ଡକ୍ଟର ପାତ୍ର କହିଛନ୍ତି।

ନବବର୍ଷ ସଂକଳ୍ପ ଭାବରେ ଚଳିତ ୨୦୨୧ ମସିହାକୁ ‘ବିଶ୍ୱ ଓଡ଼ିଆ ସଦ୍ଭାବନା ବର୍ଷ’ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଡ଼ଃ. ପାତ୍ର ଏହାର ସ୍ମାରକ ଉନ୍ମୋଚନ କରିଥିଲେ। ଏହି ବର୍ଷ ପାଳନ ମାଧ୍ୟମରେ ଭାଷା, ସାହିତ୍ୟ, କଳା, ସଂସ୍କୃତି, ପର୍ୟ୍ୟଟନ ଆଦି ୫ଟି ବିଭାଗରେ ବିଶ୍ଵବ୍ୟାପୀ ପ୍ରଚାର, ପ୍ରସାର ଓ ବିନିମୟ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ସଂଯୋଜକ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ବର୍ଷ ପାଳନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବାଚସ୍ପତି ଡଃ. ପାତ୍ରଙ୍କ ପରାମର୍ଶରେ ୨୧ଟି ରାଷ୍ଟ୍ରରେ 'ବିଶ୍ୱ ଓଡ଼ିଶା ସଦ୍ଭାବନା ବାର୍ତ୍ତାବହ' ବା ଗୁଡ଼ଉଇଲ ଆମ୍ବାସାଡର ନିଯୁକ୍ତ କରାଯାଇ ଉଭୟ ରାଷ୍ଟ୍ର ମଧ୍ୟରେ ସଦ୍ଭାବନା ପ୍ରତିଷ୍ଠା ପୂର୍ବକ ବିଭିନ୍ନ ବିକାଶ ଓ ବିନିମୟ କାର୍ୟ୍ୟକ୍ରମ ଗ୍ରହଣ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe