ଝାରବନ୍ଧ : ଦିଲ୍ଲୀଠାରେ ହେବାକୁ ଥିବା ଆସନ୍ତା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ ବରଗଡ଼ ଜିଲ୍ଲା ଝାରବନ୍ଧ ଡିଗ୍ରି ମହାବିଦ୍ୟାଳୟର ଛାତ୍ର ଅଲେଖ ସଗରିଆ ମନୋନୀତ ହୋଇଛନ୍ତି। ଗତବର୍ଷ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଛାତ୍ର ଲକ୍ଷ୍ମୀକାନ୍ତ ମହାପାତ୍ର ମନୋନୀତ ହୋଇ ଦିଲ୍ଲୀରେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଚଳିତ ବର୍ଷ ଓଡ଼ିଶାର ୮ ଜଣଙ୍କ ମଧ୍ୟରେ ଅଲେଖ ସ୍ଥାନ ପାଇଛନ୍ତି। ସେ ଭୁବନେଶ୍ବର ଟ୍ରେନିଂ କ୍ୟାମ୍ପରେ ଅଂଶ ଗ୍ରହଣ କରି ଢୋଲବାଦ୍ୟ ଉତ୍ତମ ପ୍ରଦର୍ଶନ କରୁଥିବାରୁ ଉକ୍ତ ପ୍ୟାରେଡ ପାଇଁ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ସାର୍ତ୍ତିକ ସାହୁ ଏବଂ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us