ମିଲନଙ୍କ ସଫଳତା: ରାୟଗଡ଼ାରୁ ଟଲିଉଡ, ତେଲୁଗୁ ସିନେମା ‘ହନୁମାନ’ରେ ସହନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ

Advertisment
ମିଲନଙ୍କ ସଫଳତା: ରାୟଗଡ଼ାରୁ ଟଲିଉଡ, ତେଲୁଗୁ ସିନେମା ‘ହନୁମାନ’ରେ ସହନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ

ରାୟଗଡ଼: ରାୟଗଡ଼ା ବାସିନ୍ଦା ମିଲନ ନାୟକଙ୍କ ସଫଳଥା ଏବେ ଜିଲ୍ଲା ଓ ରାଜ୍ୟରେ ବେଶ ଚର୍ଚ୍ଚା ସାଉଁଟିଛି। ପିଲାଟି ଦିନରୁ ସିନେମା ପ୍ରତି ଆଗ୍ରହ ଥିବାରୁ ସେ ଏବେ ଟଲିଉଡ଼ ଜଗତର ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି। ରାୟଗଡ଼ା ନିକଟସ୍ଥ ଜେକେପୁର ଠାରେ ତାଂକର ଜନ୍ମ। ବାଲ୍ୟ ଶିକ୍ଷା ଜେକେପୁରରେ ସମାପ୍ତ ପରେ ସେ ପାରଳାଖେମୁଣ୍ଡିରେ ବିଟେକ ସମାପ୍ତ କଲେ।

ତେବେ ଚାକିରି କରିବା ପାଇଁ ଏକ ମଲଟି ନ୍ୟାସନାଲ କମ୍ପାନିରେ ମୁମ୍ବାଇରେ ନିଯୁକ୍ତି ପାଇଲେ। ସେଠାରେ ତିନି ବର୍ଷ କାମ କରିବା ପରେ ଚାକିରି ଛାଡ଼ି ନିଜର ଅଭିଳାଷ ପୂର୍ଣ୍ଣ ପାଇଁ ହାଇଦ୍ରାବାଦ ଚାଲିଆସିଥିଲେ। ପିଲାଟି ଦିନରୁ ସିନେମାରେ ନିର୍ଦେଶନା ଦେବାର ଇଛା ତାଙ୍କର ଧୀରେଧୀରେ ପୂରଣ ହେବାକୁ ଲାଗିଲା। ଦୁଇଟି ହିନ୍ଦୀ ଚଳଚିତ୍ର ଲୁପ୍ତ ଓ ମୋଦୀ ଜୀ କି ବେଟିରେ ସହ ନିର୍ଦ୍ଦେଶନା ଦେବା ପରେ ଦୁଇଟି ତେଲୁଗୁ ଚଳଚିତ୍ରରେ ମଧ୍ୟ ସହନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ କିଛି ଦିନ ତଳେ ରିଲିଜ ହୋଇଥିବା ତେଲୁଗୁ ଚଳଚିତ୍ର ହନୁମାନ ତାଂକୁ ଖ୍ୟାତି ଆଣିଦେଇଛି।

publive-image

ଏହି ଚଳଚିତ୍ର ସାରା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ମିଲନ ମଧ୍ୟ ଲୋକଲୋଚନକୁ ଆସିଛନ୍ତି। ଏହି ସିନେମାରେ ସହ ନିର୍ଦ୍ଦେଶନା ଦେବା ପରେ ସେ କିପରି ସିନେମାକୁ ନିର୍ଦ୍ଦେଶନା ଦିଆଯିବ ତାହା ଶିକ୍ଷା ଲାଭ କରିଥିବା କହିଛନ୍ତି।ପୂର୍ବରୁ ନିର୍ଦେଶନା ସବୁଠାରୁ କଷ୍ଟ ବୋଲି ଭାବୁଥିଲେ। କିନ୍ତୁ ହନୁମାନ ଚଳଚିତ୍ର ତାଂକୁ ଆଗକୁ ନିର୍ଦ୍ଦେଶନା ଦେବାରେ ସହଯୋଗ କରିବ।ଲୋକଙ୍କୁ କିପରି ଆୟତ୍ତ କରାଯାଇପାରିବ ସେହି ଶିକ୍ଷା ଏହି ଚଳଚିତ୍ର ନିର୍ଦ୍ଦେଶନା ଦେଲାବେଳେ ଶିକ୍ଷା ଲାଭ କରିଥିବା କହନ୍ତି।ଆଗକୁ ସୁଯୋଗ ମିଳିଲେ ସେ ଏକୁଟିଆ ନିର୍ଦ୍ଦେଶନା ଦେଇ ଚଳଚିତ୍ରକୁ ହିଟ କରାଇପାରିବେ ବୋଲି ଦୃଢକ୍ତି ପ୍ରକାଶ କରନ୍ତି।

ଓଡ଼ିଆ ସିନେମା ଜଗତରେ ଯଦି ତାଂକୁ ସୁଯୋଗ ମିଳେ ତେବେ ସେ ନିଶ୍ଚିତ ଭାବେ କାମ କରିବେ ବୋଲି କହନ୍ତି। ହନୁମାନ ଚଳଚିତ୍ରରେ ସେ କାହାଣୀ ରଚନା ଠାରୁ ପୋଷ୍ଟ ପ୍ରଡକ୍ସନ ପର୍ଯ୍ୟନ୍ତ କାମ କରିଥିବା କହିଛନ୍ତି। ତେଣୁ ମୋ ଲକ୍ଷ୍ୟକୁ ହାସଲ କରିବା ପାଇଁ ମୁଁ ଅନବରତ ଚେଷ୍ଟା ଜାରି ରଖିଛି। ମୁଁ ଟଂକାକୁ ଦେଖେ ନାହିଁ, କାମକୁ ଦେଖେ। କାମ ହିଁ ଆପଣଙ୍କୁ ଘର, ଗାଡି ସବୁ ଦେବ। ଚଳଚିତ୍ର କରିବା ମୋ ପାଇଁ ଖୁଶି ଆଣିଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe