ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘର ପାଳିଲା ଓଡ଼ିଶା ଦିବସ

Advertisment

କବିତା ପାଠ ଓ ଆଲୋଚନାଚକ୍ର

କବିତା ପାଠ ଓ ଆଲୋଚନାଚକ୍ର

ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟଘର ପାଳିଲା ଓଡ଼ିଶା ଦିବସ

Sambad

ଭଦ୍ରକ: ଭଦ୍ରକ ଜିଲ୍ଲା ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସମସ୍ତ ସଦସ୍ୟ ପାରମ୍ପରିକ ଖଦୀ ଓ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଏକ ସଭା ରେ ଉପସ୍ଥିତ ଥିଲେ। ‘ସମ୍ବାଦ’ ସାହିତ୍ୟ ଘରର ଜିଲ୍ଲା ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଉଦଘାଟନ ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସହିତିକ ଇଃ. ଅଭୟ ସୂତାର , ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ସମ୍ମାନିତ ଅତିଥି ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ନାତ୍ୟଶ୍ରୀ ନିର୍ମଳ ରାଉତ, ସାଧାରଣ ସମ୍ପାଦକ ଅଧ୍ୟାପକ ନିହାର କର, ପ୍ରଧାପିକା ପ୍ରଭାତ ନଳିନୀ ମହାପାତ୍ର, କବାୟତ୍ରି ଗୀତା ରାଣୀ ଆଇଚ, କବି ଜଗନ୍ନାଥ ରାଉତ, ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ସଂଯୋଜକ ଡଃ. ହରିହର ନାୟକ ପ୍ରମୁଖ ଯୋଗଦେଇଥିଲେ।

ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ଵାଳ ସ୍ଵାଗତ ଭାଷଣ ଦେଇଥିବା ବେଳେ କବୟିତ୍ରୀ ମନୋରମା ରାୟ, ଜାନକୀ ପାଢ଼ୀ, ଦିପ୍ତିମୟୀ ସାହୁ କବିତା ପାଠ ର ସଂଯୋଜନା କରିଥିଲେ। ଏହି ଅବସରରେ କବି ରମେଶ ସ୍ୱାଇଁ, କବି ବିପ୍ଳବ ହୋତା, ମୁକ୍ତିକାନ୍ତ ମଲ୍ଲିକ, ବିଜୟ ବହାଲି, ଅବନୀ ପ୍ରଧାନ, ହରିଶ ଦାସ, ସତ୍ୟ ସେଠୀ, ଦୟାନିଧି ମିଶ୍ର, ମାନସ ରଞ୍ଜନ ପଣ୍ଡା, ଗୌରାଙ୍ଗ ବାରିକ, ପ୍ରୀତି ଲତା ପଣ୍ଡା, ଦିବ୍ୟସିଂହ ନାୟକ, ସୁଧାକର ରାଉତ, ସନ୍ତୁନ ରାଉତ, ସରୋଜିନୀ ନାୟକ, ବସନ୍ତ କୁମାର ପାଢ଼ୀ, ନାରାୟଣ ଚନ୍ଦ୍ର ପ୍ରଧାନ, ବାବୁଲାଲ ଦାସ, ଅକ୍ଷୟ କୁମାର ଜେନା, ଆରୁପନନ୍ଦ ମହାନାୟକ, ଡଃ. ଉତ୍ପଲା ନାୟକ, ରୂପକ ବିହାରୀ ରାୟ ପ୍ରମୁଖ ଯୋଗ ଦେଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe