ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ

Advertisment
ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ

Sambad

ଖୋର୍ଦ୍ଧା: ଆଜି ଓଡ଼ିଶା ଦିବସ ଉପଲକ୍ଷେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସଦସ୍ୟସଦସ୍ୟା ମାନେ ପାରମ୍ପରିକ ହାତବୁଣା ଶାଢ଼ୀ, ଧୋତି-ଗାମୁଛା ଆଦି ପରିଧାନ କରି ଓଡ଼ିଶାର ବୁଣାକାର ଓ ବୟନଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସମ୍ବାଦ କାର୍ଯ୍ୟାଳୟ ଠାରେ ଅପରାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଓଡ଼ିଶା ଦିବସର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନାରେ ଭୀମସେନ ପ୍ରଧାନ, ସମରଜିତ ପଟ୍ଟନାୟକ, ରାମଶଙ୍କର, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡଃ. ବୃନ୍ଦାବନ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ୧୯୩୬ ଅପ୍ରିଲ୍ ୧ ତାରିଖରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ହେବା ପରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା।

ଖଣ୍ଡବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ଯେଉଁ ବରପୁତ୍ର ମାନଙ୍କ ଅବଦାନ ରହିଛି ତାକୁ କଦାପି ଭୁଲିବା ଉଚିତ ନୁହେଁ। ଭାଷାର ବ୍ୟବହାରକୁ ଅଧିକ ପରିବର୍ଦ୍ଧିତ ଓ ସଂଗଠିତ କରିବା ଦ୍ୱାରା ବରପୁତ୍ର ମାନଙ୍କ ତ୍ୟାଗ ଓ ସମର୍ପଣକୁ ଉଚ୍ଚିତ ସମ୍ମାନ ପ୍ରଦାନ କରାଯାଇ ପାରିବ ବୋଲି ମତ ଦେଇଥିଲେ। ‘ସମ୍ବାଦ’ ସାହିତ୍ୟଘରର ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଦିବ୍ୟଲୋଚନ ଭାରିମଲ୍ଲ, ବାସୁଦେବ ସାହୁ, ଗୟାପ୍ରସାଦ ମିଶ୍ର, ଜ୍ୟୋତିପ୍ରଭା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାସ, କୈଳାସ ଚନ୍ଦ୍ର ପୃଷ୍ଟି, ଇତିଶ୍ରୀ ସାହୁ, ବିକ୍ରମ କେଶରୀ ଚମ୍ପତ୍ତି, ଅନିରୁଦ୍ଧ ମହାନ୍ତି, ବିଷ୍ଣୁପ୍ରିୟା ପ୍ରତାପସିଂହ, ନଳିନୀ ଦାଶ, ବଂଶିଧର ଦାସ, ଶାନ୍ତିଲତା ଦେବୀ, ସୁବାସିନୀ ପଟ୍ଟନାୟକ, ବାସନ୍ତୀ ଦେଈ, ସୌଭାଗ୍ୟ କୁମାର କର, କବିତା ପଟ୍ଟନାୟକ, କିଶୋର ଜେନା, ସୁଶାନ୍ତ ହରିଚନ୍ଦନ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଜ୍ୟୋତି ରଂଜନ ସାହୁ ଓ ସମ୍ବାଦ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe