ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ

Sambad

ରାଇରଙ୍ଗପୁର: ରାଇରଙ୍ଗପୁର ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ‘ସମ୍ବାଦ’ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଓଡିଶା ଦିବସ ପାଳନ ହୋଇଥିଲା। ଏହି ଅବସରରେ ସମସ୍ତେ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ। ସଭା ପ୍ରାରମ୍ଭରେ ବନ୍ଦେ  ଉକ୍ରଳ ଜନନୀ ଗାନ କରାଯିବା ପରେ ଓଡ଼ିଶା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୂଖ୍ୟ ସର୍ମ୍ପକରେ ସମ୍ପାଦକ ଡଃ. ଦିଗମ୍ବର ଗିରି ବକ୍ତବ୍ୟ ରଖିଥିଲେ।

ସେହିପରି ସହ ସମ୍ପାଦକ ବିଜୟ କୁମାର ରାମ ପରିବର୍ତ୍ତିତ ସମୟରେ ସାହିତ୍ୟ, ଭାଷା, ସଂସ୍କୃତି ସଂକଟ ମଧ୍ୟରେ ଗତି କରୁଥିବାରୁ ଏହାକୁ ଏକ ଆହ୍ୱାନ ରୂପେ ନିଜ ବକ୍ତବ୍ୟ ରଖିଥିଲେ। ସଂଯୋଜକ ତୁଷାର କାନ୍ତ ମହାନ୍ତ ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରତ୍ୟେକ ଲୋକଙ୍କ ପାଖକୁ ପହଂଚାଇବା ପାଇଁ ‘ସମ୍ବାଦ’ ସାହିତ୍ୟ ଘରର ଭୂମିକା ସର୍ମ୍ପକରେ ପ୍ରେରଣା ଦାୟକ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ସାହିତ୍ୟ ଘରର ସଦସ୍ୟ ଇଂ. ଗଙ୍ଗାଧର ମହାନ୍ତ, ଶ୍ୟାମଳେନ୍ଦୁ ପରିଡା, ମନୋଜ କୁମାର ଶର୍ମା, ଅନିଲ ଶର୍ମା, କିଶୋର କୁମାର ରଜକ, ରାଜେନ୍ଦ୍ର ଦଳେଇଙ୍କ ସମେତ ଅନ୍ୟ ସଦସ୍ୟମାନେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ କିଶୋଇ କୁମାର ରଜକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe