ମାଥିଲି ବ୍ଲକ ବଡାଗୁଡ଼ା ଗ୍ରାମରେ ସୀମା ସିଲ୍

Advertisment
ମାଥିଲି ବ୍ଲକ ବଡାଗୁଡ଼ା ଗ୍ରାମରେ ସୀମା ସିଲ୍

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କତାପାଲି ପଞ୍ଚାୟତ ବଡାଗୁଡ଼ା ଗ୍ରାମରେ ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କ ତତ୍ବାବଧାନରେ ରାଜସ୍ବ ନିରୀକ୍ଷକ ବଳଦେବ ନାୟକ ଏବଂ ସରପଞ୍ଚ ଗୁପ୍ତ ଦୁରୁଆ ଗ୍ରମବାସୀଙ୍କ ସହାୟତାରେ ସୀମା ସିଲ୍ କରିଛନ୍ତି । ଏଥିରେ ଗ୍ରାମର ୱାଡ ମେମ୍ବର ବୀର ଦୁରୁଆ, ଶୁକୁଲୁ ଦୁରୁଆ, କୁମର ଦୁରୁଆଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହା ହେଉଛି ମାଥିଲି ବ୍ଲକର ଉପାନ୍ତ ବଡାଗୁଡ଼ା ଗ୍ରାମ ଏହି ଗ୍ରାମକୁ ଲାଗି ଛତିଶଗଡ଼ର ଓଲେର ଗ୍ରାମ ଲାଗି ରହିଛି ।

ସମଗ୍ର ମାଲକାନଗିରି ଜିଲ୍ଲାରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । ସଂକ୍ରମଣ ହାର ହ୍ରାସ କରିବା ନିମନ୍ତେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ ସାଙ୍ଗକୁ ବ୍ୟାପକ ମାତ୍ରାରେ ଜନ ସଚେତନ କରାଯାଉଛି । ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଉଥୁବା ବେଳେ ସାଧାରଣ ଜନତା ମଧ୍ୟ ଏହାର ପାଳନ କରୁଛନ୍ତି । ବର୍ତ୍ତର୍ମାନ  ସ୍ଥିତିରେ ଲୋକେ ବାହାର ଲୋକ କିମ୍ୱା ଅଚିହ୍ନା ମୁହଁକୁ ଦେଖିଲେ ଏକ ପ୍ରକାର ଭୟଭୀତ ହୋଇ ପଡୁଛନ୍ତି । ଆଜି ଏଭଳି ଏକ ଦୃଶ୍ୟ ମାଥିଲି ବ୍ଲକ ଅନ୍ତର୍ଗତ ବଡଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।

publive-image

ଛତିଶଗଡ ସୀମାନ୍ତ ଏହି ପଞ୍ଚାୟତକୁ ସଂଯୋଗ କରୁଛି । କିଛି ଅଜଣା ଲୋକଙ୍କୁ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇପଡ଼ିଥିଲେ ।ଛତିଶଗଡ଼ରେ କରୋନା ମହାମାରୀ ରୂପ ନେଉଥିବାରୁ ଗ୍ରାମବାସୀଙ୍କ ସହ ମିଶି ଏହି ପଦକ୍ଷେପ ନିଆ ଯାଇଛି । ସାଧାରଣରେ ଦାବୀ ହେଉଛି ଯେ କର୍ମଚାରୀଙ୍କୁ ନେଇ ଏହି ଚେକ ପୋଷ୍ଟରେ ଦିନ ରାତି ଯୋଗିବା ପାଇଁ । ଜନସାଧାରଣଙ୍କୁ ଲକଡାଉନ୍ ସମ୍ପର୍କରେ ସମସ୍ତେ ମାସ୍କ ବ୍ୟବହାର କରିବା, ହାତ ଧୋଇବା ତଥା ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହ ଦଶାହ ତଥା ବାହାଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ଅଯଥା ଜନଗହଳି ନକରିବା ପାଇଁ ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ନାୟକ ଓ ରାଜସ୍ବ ନୀରକ୍ଷକ ଲୋକମାନଙ୍କୁ ବୁଝାଇଥିଲେ । ଗ୍ରାମବାସୀଙ୍କ ଏଭଳି ସଚେତନତାମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଏଭଳି ସଚେତନତାମୂଳକ ପଦକ୍ଷେପ ଗ୍ରହଣ କଲେ ନିଶ୍ଚିତ ଭାବରେ କରୋନା ସଂକ୍ରମଣ ହାର ବହୁଳ ମାତ୍ରାରେ ହ୍ରାସ ପାଇବାରେ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe