ପୁର୍ନଗଠିତ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘରେ ମୟୂରଭଞ୍ଜରୁ ୪ କର୍ମକର୍ତ୍ତା

Advertisment

ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ

ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ

ପୁର୍ନଗଠିତ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘରେ ମୟୂରଭଞ୍ଜରୁ ୪ କର୍ମକର୍ତ୍ତା

ବାରିପଦା: ଓଡ଼ିଶା ସରକାରୀ ହାଇ ସ୍କୁଲ ସମୂହର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପୁର୍ନଗଠିତ ହୋଇଛି । ଏଥିରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ପଛୁଆ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ସଂଗଠନରେ ନିଜର ସ୍ୱତନ୍ତ୍ର ପରିଚୟ କରିପାରିଥିବା ୪ ଜଣ ଶିକ୍ଷକମାନେ ବିଭିନ୍ନ ପଦ ପଦବୀରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଚୁକ୍ତିଭିତ୍ତିକ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ସଂଘର ସମ୍ପାଦକ ଓ ରାଜ୍ୟ ସଂଘର କାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ୱ ଭାର ତୁଲାଇ ଆସୁଥିବା ବିଶ୍ୱଜିତ ବିଶ୍ୱାଳଙ୍କୁ ରାଜ୍ୟ ସଂଘର ସର୍ବୋଚ୍ଚ ପଦ ମହାସଚିବଭାବେ ନିର୍ବାଚିତ କରାଯାଇଛି ।

ସେହିପରି ଜିଲ୍ଲାରୁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ମଧ୍ୟରୁ ଦୀପ୍ତିରଞ୍ଜନ ମହାକୁଡ଼ଙ୍କୁ ରାଜ୍ୟ ଶୃଙ୍ଖଳା କମିଟିର ମୁଖ୍ୟ ଭାବେ, ପ୍ରିୟବ୍ରତ ବେହେରାଙ୍କୁ ଉପସଭାପତି ଓ ଦେବରାଜ ମିଶ୍ରଙ୍କୁ ଯୁଗ୍ମ-ସମ୍ପାଦକ ଭାବେ ମନୋନୀତ କରାଯାଇଛି ।

ଆଜି ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାରେ ଚୁକ୍ତି ଭିତ୍ତିକ ଓ ନିୟମିତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଯିବା ସହ ଜିଲ୍ଲା ଶିକ୍ଷକ ସଂଘର ଆବାହକ ଦେବାଶିଷ ସାହୁ, ଉପଦେଷ୍ଟା ଅଜିତ ମହାନ୍ତି ଓ ସ୍ମୃତି ରଞ୍ଜନ ପରିଡ଼ା, କୋର କମିଟି ସଭାପତି ସନତ୍ ପ୍ରହରାଜ, ସଭାପତି ଦୀପ୍ତି, ରଞ୍ଜନ ମହାକୁଡ଼, ସମ୍ପାଦକ ଶାନ୍ତନୁ ଦାସ, କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତ, ଉପ-ସଭାପତି ଉତ୍ପଳ କୁମାର ଭଦ୍ର, ସହ-କୋଷାଧ୍ୟକ୍ଷ ଗାର୍ଗୀ ବାରିକ, କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ବେହେରା, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ଦଳେଇ, ସୂର୍ଯ୍ୟପ୍ରକାଶ ନାଏକ, ଏସକେ ଫାଇଜାନୁଲ୍ଲା, ସଂଘର ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ରାମ, ଶତର ବେହେରା, ବିବେକ ନାଏକ, ସିଲିସ୍ୱପ୍ନା ପଟ୍ଟନାୟକ, ପ୍ରସନ୍ନ ଗଡ଼ତିଆ, ଧନେଶ୍ୱର ଟୁଡ଼ୁ, ବିଦ୍ୟାଧର ଦାସ, ସୁଧାଂଶୁ ଶେଖର ବେହେରା ପ୍ରମୁଖଙ୍କ ସମେତ ସମାଜର ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ସୁନାମକୁ ଆହୁରି ଉପରକୁ ନେବା ନିମନ୍ତେ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe