ପ୍ରଶାନ୍ତଙ୍କୁ ଓଡିଶା ସାମ୍ବାଦିକତା ପୁରସ୍କାର

Advertisment
ପ୍ରଶାନ୍ତଙ୍କୁ ଓଡିଶା ସାମ୍ବାଦିକତା ପୁରସ୍କାର

କୋରାପୁଟ:ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ପରିସରରେ ଓଡିଶା ସାମ୍ବାଦିକତା ପୁରସ୍କାର ହାସଲ କରିଛନ୍ତି ଓଡ଼ିଆ ସାମ୍ବାଦିକ ପ୍ରଶାନ୍ତ ଦାଶ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖୁଟୁଆ, ବରିଷ୍ଠ ସାମ୍ବାଦିକା ତଥା ସ୍ତମ୍ବକାର ଶୀଲା ଭଟ୍ଟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମନିତ କରାଯାଇଛି। ଶ୍ରୀ ଦାଶ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ସମ୍ବାଦ ଓ କନକ ନ୍ୟୁଜର ବରିଷ୍ଠ ଖବରଦାତା ଭାବେ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଛନ୍ତି।

ଶ୍ରୀ ଦାଶ ଗ୍ରାମାଞ୍ଚଳ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଲେଖନିରୁ କୋରାପୁଟ ଜିଲା ପଟାଙ୍ଗି ବ୍ଲକର ତୃଣମୁଳସ୍ତରରେ ପହଂଚି ସାମ୍ବାଦିକତାକୁ ମୂଳମନ୍ତ୍ର ଭାବେ ମଣିଛନ୍ତି। ତାଙ୍କର ଏହି ପୁରସ୍କାର ପାଇଁ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟାନାୟକ, ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ଜୟପୁର ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡେଙ୍ଗା, ସହସମ୍ପାଦକ ପ୍ରଦୀପ ପ୍ରଧାନ ଓ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ଶୁଭେଚ୍ଚା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe