ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ନିକଟସ୍ଥ ସାନମୌଦା ଓଡିଶା ବିଦ୍ୟାଳୟଠାରେ ଶନିବାର ପୂର୍ବାହ୍ନ ୧୦ ଘଟିକାଠାରେ ହଠାତ୍ ନିଆଁ ଲାଗିଯିବାରୁ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ବେଞ୍ଚ୍ ଓ ଡେସ୍କ୍ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ସ୍କୁଲର କ୍ଲାସ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହଠାତ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଜାଣିବା ପରେ ଦମକଳ ବାହିନୀକୁ ଯୋଗାଯୋଗ କରାଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: କାହିଁକି ସ୍ଥାନ ପାଇଲେ ନାହିଁ ସିରାଜ, କାରଣ କହିଲେ ରୋହିତ ଶର୍ମା
ବିଦ୍ୟାଳୟର ଅଧକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କ ଠାରୁ ପ୍ରକାଶ ଯେ ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଅଧିକ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଅଳ୍ପକେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବର୍ତ୍ତିଯାଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଅଷ୍ପସ୍ଟ ରହିଛି ।
ଅଧିକ ପଢ଼ନ୍ତୁ:୩ ମାଓବାଦୀ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/18/aY1OyCEBtGUFziZe11gW.jpeg)