ପ୍ରତିଶୋଧ ନେବା ପାଇଁ ଛାଡପତ୍ର ପରେ ସ୍କୁଲ ଶିକ୍ଷକ ପତ୍ନୀଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କଲେ

Advertisment
ମାନିଲେ ପୋପ୍ ଫ୍ରାନ୍ସିସ୍‌: ନନ୍, ପାଦ୍ରୀମାନେ ବି ଅନଲାଇନ ପର୍ଣ୍ଣ ଦେଖନ୍ତି

zeenews

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍କୁଲ ଶିକ୍ଷକ ପ୍ରତିଶୋଧ ନେବା ପାଇଁ ନିଜ ପତ୍ନୀର ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଛନ୍ତି। ପୀଡିତା ଦ୍ୱାରା ରୁଜୁ କରାଯାଇଥିବା ମାମଲା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି।

ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍‌ ଅନ୍ତର୍ଗତ ପର୍ରତଡା ଗ୍ରାମର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରୁଥିବା ୨୭ ବର୍ଷୀୟ ଗାନ୍‌ତେଡା ସତିଶଙ୍କ ବିବାହ ରଶ୍ମିତା (ଛଦ୍ମନାମ) ନାମକ ଜଣେ ମହିଳା ସହିତ ହୋଇଥିଲା। ବିବାହର କିଛି ବର୍ଷ ପରେ ସତିଶ ଓ ରଶ୍ମିତାଙ୍କ ଛାଡପତ୍ର ହୋଇ ଯାଇଥିଲା। ସତିଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ନେଇଥିଲେ। ସତିଶ ନିଜ ପ୍ରଥମ ପତ୍ନୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ନକଲି ଆକାଉଣ୍ଟ ଖୋଲି ସେଥିରେ ରଶ୍ମିତାଙ୍କ ଅଶ୍ଳୀଳ ଫଟୋ ସେୟାର କରି ଦେଇଥିଲେ।

publive-image

ଏହି ଘଟଣା ପରେ ମହିଳା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସରେ ଅଭିଯୋଗ ପରେ ପାରଳାଖେମୁଣ୍ଡି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ କରିବା ପରେ ପୁଲିସ ସତିଶଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଅଭିଯୁକ୍ତ ଠାରୁ ଏକ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଫୋନ୍‌ରେ ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ ଥିବା ପୁଲିସ ଦେଖିବାକୁ ପାଇଥିଲା। ମାମଲାର ଅଧିକ ତଦନ୍ତ ପାଇଁ ଯାଞ୍ଚ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe