ଲାଞ୍ଚ ନେବା ଭିଡ଼ିଓ ଭାଇରାଲ ଘଟଣା ନିଳମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ

Advertisment
ଲାଞ୍ଚ ନେବା ଭିଡ଼ିଓ ଭାଇରାଲ ଘଟଣା ନିଳମ୍ବିତ ହେଲେ କନିଷ୍ଠ ଯନ୍ତ୍ରୀ

Sambad

ବୈପାରିଗୁଡା: ଜନୈକ ଠିକାଦାରଙ୍କ ଠାରୁ କାମ ବିଲ୍ କରାଇଦେବା ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ମୂଷାପଦର ଠାରେ ଏକ ଖେଳ ପଡିଆ ନିର୍ମାଣ ପାଇଁ ଜନୈକ ଠିକାଦାର ଠିକା ନେଇଥିଲେ। ଏଥିପାଇଁ ୬ ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିଲା। ତେବେ ଏହି ପଞ୍ଚାୟତ ଦାୟିତ୍ଵରେ ରହିଥିବା କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ଏହି କାମ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗତ ୨ ତାରିଖ ଦିନ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଠିକାଦାରଙ୍କ ନିକଟରେ ପହଞ୍ଚି ଟଙ୍କା ମାଗିଥିଲେ।

ଠିକାଦାର ଜଣକ ୫ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀଙ୍କ ହାତକୁ ବଢାଇଥିଲେ। ପରେ ବଳକା ଟଙ୍କା ଠିକାଦାର ଅଫିସକୁ ଆସି ଦେବେ ବୋଲି କହିଥିଲେ। ତେବେ ଶ୍ରୀ ସାହୁ ଠିକାଦାରଙ୍କ ନିକଟରୁ ଟଙ୍କା ନେଉଥିବା ଦୃଶ୍ୟ ତଥା କଥାବାର୍ତ୍ତାର ଭିଡ଼ିଓ ରେକଡିଂ ହେବା ସହ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା। ଏହି ଘଟଣା ବୈପାରିଗୁଡା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାର ସତ୍ୟାସତ୍ୟ ତଦନ୍ତ ପରେ କୋରାପୁଟ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ନିଳମ୍ବିତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe