ପାରାଦୀପ: ହରିଦାସପୁର-ପାରାଦୀପ ରେଳପଥରେ ପ୍ରଥମ ପରୀକ୍ଷାମୂଳକ ବିଜୁଳି ଚାଳିତ ଟ୍ରେନ୍ ହରିଦାସପୁରରୁ ଯାତ୍ରା ଆରମ୍ଭ କରି ପାରାଦୀପରେ ସନ୍ଧ୍ୟା ପହଞ୍ଚିଛି। ଏହି ଯାତ୍ରା ସମୟରେ ଯଦି ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ ତେବେ ଖୁବ୍ଶୀଘ୍ର ନିୟମିତ ଭାବେ ହରିଦାସପୁର-ପାରଦୀପ ରେଳପଥରେ ଏହି ଟ୍ରେନ୍ ଚାଳଚଳ କରିବ ବୋଲି କୁହାଯାଉଛି।
ଟ୍ରେନ୍ଟି ଶୁକ୍ରବାର ସକାଳ ୧୦ଟା ୧୩ରୁ ହରିଦାସପୁର ଷ୍ଟେସନ୍ରୁ ବାହାରି ବାଟ ସାରା ତଦାରଖ ପ୍ରକ୍ରିୟା ସହିତ ପାରାଦୀପ୍ରେ ଆସି ସନ୍ଧ୍ୟାରେ ପହଞ୍ଚିଛି। ଦୀର୍ଘ ୮୨କିଲୋମିଟର ରାସ୍ତା ଅତିକ୍ରମ କରି ପାରାଦୀପ୍ରେ ଏହି ବିଜୁଳି ଚାଳିତ ଟ୍ରେନ୍ ପହଞ୍ଚିଛି। ଏଥିରେ ରେଳ ବିଭାଗର ଅନେକ ବରିଷ୍ଠ ଅଧିକାରୀ ବି ଯାତ୍ରା କରିଥିଲେ।
Follow Us