ସୁନ୍ଦରଗଡ଼ରେ ରାଜ୍ୟ ମାନବିକ ଅଧିକାର କମିସନ ଅଧ୍ୟକ୍ଷ

Advertisment
ସୁନ୍ଦରଗଡ଼ରେ ରାଜ୍ୟ ମାନବିକ ଅଧିକାର କମିସନ ଅଧ୍ୟକ୍ଷ

ସୁନ୍ଦରଗଡ଼: ରାଜ୍ୟ ମାନବିକ ଅଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ୍ ବିଜୟକ୍ରିଷ୍ଣା ପଟେଲ ଆଜି ୪ ଦିନିଆ ଗସ୍ତରେ ସୁନ୍ଦରଗଡ଼ ଆସିଛନ୍ତି। ନଭେମ୍ବର ୨୬ରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଅଧ୍ୟକ୍ଷ ଜଷ୍ଟିସ୍ ପଟେଲଙ୍କ ନିଜ ଜନ୍ମମାଟି ସୁନ୍ଦରଗଡ଼କୁ ଏହା ପ୍ରଥମ ଗସ୍ତ। ଆସନ୍ତାକାଲି ଦିନ ୧୧ଟାରେ ସେ ସାଧାରଣ ନାଗରିକମାନଙ୍କୁ ଭେଟିବା ସହ କାରଗାର, ଜିଲ୍ଲା ହସ୍ପିଟାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୨୨ ତାରିଖରେ ରାଉରକେଲା ଯିବେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ। ୨୩ ତାରିଖରେ ପୁଣି ସୁନ୍ଦରଗଡ଼ ଆସି ବୃଦ୍ଧାଶ୍ରମ, ଆସ୍ଥା ଗୃହ ଓ ଅନାଥାଶ୍ରମ ପରିଦର୍ଶନରେ ଯିବେ ବୋଲି ସୂଚନା ରହିଛି। ମାଟିର ପୁଅଙ୍କୁ ଭେଟିବାକୁ ସୁନ୍ଦରଗଡ଼ବାସୀ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe