ରାଉରକେଲାରେ ବୃଦ୍ଧ ଦମ୍ପତିଙ୍କ ପୁର୍ନବିବାହ

ରାଉରକେଲାରେ ବୃଦ୍ଧ ଦମ୍ପତିଙ୍କ ପୁର୍ନବିବାହ

ରାଉରକେଲା: ସାମ୍ପ୍ରତିକ ସ୍ଥିତିରେ ପତିପତ୍ନୀ ମଧ୍ୟରେ କଳି ଝଗଡା ସାଧାରଣ ଘଟଣାରେ ପରିଣତ ହୋଇଛି। କେବଳ କଳି ଝଗଡା ନୁହେଁ ବିବାହ ବିଚ୍ଛେଦ ମଧ୍ୟ ହେଉଛି। କିନ୍ତୁ ବିବାହର ୬୦ ବର୍ଷ ପରେ ବୃଦ୍ଧ ଦମ୍ପତି ପୁଣି ପରସ୍ପରକୁ ପୁର୍ନବିବାହ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପତିଙ୍କର ବୟସ ୮୬ ହୋଇଥିଲାବେଳେ ପତ୍ନୀଙ୍କର ୭୬ ବର୍ଷ। ବିବାହ ଉତ୍ସାହ ବେଶ୍‌ ଆଡମ୍ବରପୂର୍ଣ୍ଣ ଥିଲା। ପୁଣି ଥରେ ଏଭଳି ନିଆରା ବାହାଘର ହୋଇଥିବାରୁ ପୁରା ପରିବାର ଖୁସି ମାହୋଲ ଦେଖିବାକୁ ମିଳିଥିଲା। ଏମିତି ରୋଚକ ଖବର ସ୍ମାର୍ଟସିଟିରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ପାତ ସହରାଞ୍ଚଳର ସେକ୍ଟର-୧୮ସ୍ଥ ଡି/୧୨୧ରେ ରହନ୍ତି ୮୬ ବର୍ଷୀୟ ଶିବ ସିଂ ଓ ତାଙ୍କର ୭୬ ବର୍ଷୀୟା ପତ୍ନୀ ଆଶା। ଦୁହେଁ ଦୁହିଁଙ୍କୁ ବେଶ୍‌ ଭଲ ପାଆନ୍ତି।

ଆଜି ସେମାନେ ୬୦ ବର୍ଷ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ପୁରା ପରିବାର ସଦସ୍ୟଙ୍କ ଗହଣରେ ପରସ୍ପରକୁ ପୁର୍ନବିବାହ କରିଥିଲେ। ବିବାହ ସମାରୋହରେ ସାଧାରଣ ବିବାହ ଉତ୍ସାହ ଠାରୁ କିଛି କମ୍‌ ନଥିଲା। ମେହେନ୍ଦି ସମାରୋହଠାରୁ ଆରମ୍ଭ କରି ଫୁଲମାଲା ବଦଳ ପର୍ଯ୍ୟନ୍ତ ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଦୁହିଁଙ୍କ ପ୍ରେମକୁ ଦେଖି ପରିବାର ଏବଂ ଆଖପାଖ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ କିଛି ଦିନ ଧରି ଶିବ ସିଂ ଏବଂ ଆଶା ସିଂ ଶାରୀରିକ ଭାବେ ଅସୁସ୍ଥ ଅଛନ୍ତି। ଶିବ ସିଂ ଏବଂ ଆଶା ସିଂ ଅମର ସିଂଙ୍କ ଏହି ୬୦ ବର୍ଷର ବିବାହ ସମାରୋହରେ ପରିବାର ସଦସ୍ୟ ପ୍ରଗତି ସିଂ, ମାନସୀ ସିଂ, ଅଙ୍କିତ ସିଂ, ଗୁରୁପ୍ରୀତ ସିଂ, ପାଇକୁମୁନୁଲ କୁମ୍ଭାର, ମନେକା କୁମ୍ଭାର, ରାକେଶ କୁମ୍ଭାର, ମାନସ, ଅର୍ଚ୍ଚନା କୁମ୍ଭର, ରିୟାନ କୁମ୍ଭାର, ବେହେରା ସପ୍ନା କୁମ୍ଭାର, ସରୋଜ ଟାଣ୍ଡିଆ, ଚନ୍ଦ୍ର ଟାଣ୍ଡିଆ, ସୁଦର୍ଶନ ଟାଣ୍ଡିଆ, ସମ୍ୱାଭ ଟାଣ୍ଡିଆ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ୬୦ ବର୍ଷ ପରେ ମଧ୍ୟ ଉଭୟ ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe