ଦୁର୍ଦ୍ଦିନରେ ଜୀବନ, ପାଞ୍ଚ କିଲୋ ଚାଉଳକୁ ପାଞ୍ଚଶହ ଭତ୍ତା....ସରକାରୀ ଆବାସ କାହା ପାଇଁ?

ଦୁର୍ଦ୍ଦିନରେ ଜୀବନ, ପାଞ୍ଚ କିଲୋ ଚାଉଳକୁ ପାଞ୍ଚଶହ ଭତ୍ତା....ସରକାରୀ ଆବାସ କାହା ପାଇଁ?

Sambad

ଚାନ୍ଦୋଳ: ପାଞ୍ଚ କିଲୋ ଚାଉଳ, ପାଞ୍ଚ ଶହ ଭତ୍ତା। ସରକାରୀ ଦୟାରୁ ମାସକୁ ଏତକ ମିଳୁଛି। ଏଇଥିରେ କଷ୍ଟେମଷ୍ଟେ ଗୋଟିଏ ଓଳିକୁ ଜୁଟି ଯାଉଛି ଆହାର। ଯେନତେନ ପ୍ରକାରେ ବିତି ଯାଉଛି ଜୀବନ। ଏମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡେରାବିଶ ବ୍ଳକ୍‌ ପଲେଇ ପଞ୍ଚାୟତ ମଲ୍ଲିକେଶ୍ବରପୁର ଗ୍ରାମର ପ୍ରେମଲତା ଦାଶ। ତାଙ୍କ ପାଇଁ ସରକାରୀ ଯୋଜନା ଅପହଂଚ। ବୟସ ୮୦ ଛୁଇଁଛି। ସ୍ବାମୀ କୁଞ୍ଜ ଦାଶଙ୍କ ଆଖି ବୁଜିବା ପରେ ୪ ଝିଅଙ୍କୁ ବିବାହ ଦେଇ ଏବେ ସେ ଏକା। ଭଙ୍ଗା କୁଡ଼ିଆରେ ମୁଣ୍ତ ଗୁଞ୍ଜିଛନ୍ତି। ପଇସା ନ ଥିବାରୁ ମରାମତି କରି ପାରୁ ନାହାନ୍ତି। ପଡ଼ୋଶୀଙ୍କ ବାରଣ୍ତାରେ ଖରାକାକରରେ ପଡ଼ିଛନ୍ତି।

୫ କିଲୋ ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ମାସ ସାରା ଅଧା ପେଟ ଓ ଅଧା ଓଳି ଓପାସରେ ବିତିଯାଉଛି। ପଡ଼ୋଶୀଙ୍କ ଦୟାରୁ କେତେବେଳେ କେମିତି ଖାଦ୍ୟ ଗଣ୍ତାଏ ମିଳିଯାଉଛି। ପ୍ରେମଲତା କୁହନ୍ତି, ପ୍ରତି ୫ ବର୍ଷରେ ଥରେ ଭୋଟ ଆସିଲେ ମୋ କଥା ନେତାଙ୍କ ମନେ ପଡ଼େ। ମୋ ପାଖକୁ ଆସନ୍ତି ମିଛିମିଛିକା ଦୁଃଖ ପ୍ରକାଶ କରନ୍ତି। କୁହନ୍ତି ଆମକୁ ଭୋଟ ଦେଲେ ଆମେ ତୁମ ଅବସ୍ଥା ସୁଧାର କରିଦେବୁ। ତେବେ ଭୋଟ ସରିଲେ ସମସ୍ତେ ମୋ କଥା ଭୁଲିଯା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe