ଅସହାୟ ବୃଦ୍ଧାଙ୍କୁ ଆହା ବୋଲି ପଚାରିବାକୁ କେହି ନହାନ୍ତି, ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି

Advertisment
ଅସହାୟ ବୃଦ୍ଧାଙ୍କୁ ଆହା ବୋଲି ପଚାରିବାକୁ କେହି ନହାନ୍ତି, ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି

Sambad

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ୭୦ ବର୍ଷିୟା ବୃଦ୍ଧା ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଥିଲା। ନିଜର ତିନୋଟି ବୁଜଳାକୁ ଫିଙ୍ଗି ଫିଙ୍ଗି ନିଜେ ପଛରେ ପଛରେ ଘୁଷୁରି ଘୁଷୁରି ଯାଉଥିଲେ। ବୃଦ୍ଧା ଜଣ ଇହ୍ଲାବାଦର ବୋଲି ଜଣାପଡିଛି। ତେବେ ସେ ତାଙ୍କର ସଂପର୍କୀୟ ମାନଙ୍କ ସହ ମାଲକାନଗିରି ଆସିଥିଲେ। ତେବେ ସେମାନେ ବୃଦ୍ଧାଙ୍କୁ ମାଲକାନଗିରିରେ ଛାଡି ଚାଲିଯାଇଛନ୍ତି। ବୃଦ୍ଧା ଜଣ ଅଖିଆ ଅପିଆରେ ବହୁ କଷ୍ଟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଅଣ୍ଟା କାମ କରୁନଥିବାରୁ ସେ ତଳୁ ଉଠି ପାରୁନାହାନ୍ତି। ଏଭଳି ଅବସ୍ଥା ଦେଖି ତାଙ୍କର ସଂପର୍କୀୟ ମାନେ ତାଙ୍କୁ ଏଭଳି ଅବସ୍ଥାରେ ଛାଡି ଦେବା କେତେ ଯୁକ୍ତିଯୁକ୍ତ ବୋଲି ଆଜି ସାଧାରଣରେ ଆଲୋଚନା ହେଉଥିଲା। ତେବେ ପ୍ରଶାସନ ପକ୍ଷରୁ ଏହି ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ବୃଦ୍ଧାଶ୍ରମରେ ଆଶ୍ରୟ ଦେଲେ ହୁଏତ ସେ ବଞ୍ଚିଯିବେ ବୋଲି କୁହାଯାଇଛି।

publive-image Sambad

ଆଗକୁ ବର୍ଷାଋତୁ ଆସୁଥିବାରୁ ବୃଦ୍ଧା ଜଣକ କେଉଁଠି ରହିବେ ଏବଂ କଣ ଖାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ନିଜର ପିଲାମାନେ ଥାଇ ମଧ୍ୟ ଆଜି ବୃଦ୍ଧା ଜଣକ ଭିକ ମାଗିବାକୁ ପଡୁଥିବା କୁହାଯାଇଛି। ଏଭଳି ଦୟନୀୟ ଅବସ୍ଥାରେ ବୃଦ୍ଧା ଘୁଷୁରି ଘୁଷୁରି ଯାଉଥିବା ପୁଅମାନଙ୍କୁ ଲଜ୍ଜା ଲାଗିବା ଦରକାର ବୋଲି ଆଲୋଚନା ହେଉଥିଲା। କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗର ହାତ ବଢାଇବା ଉଚିତ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe