ନୟାଗଡ଼ରେ କାଳବୈଶାଖୀ ଆଣିଲା କାଳ, କୁଡ଼ିଆ ଉପରେ ଗଛ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼ରେ କାଳବୈଶାଖୀ ଆଣିଲା କାଳ, କୁଡ଼ିଆ ଉପରେ ଗଛ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼: ଆଜି ଅପରାହ୍ନରେ ନୟାଗଡ଼ରେ କାଳବୈଶାଖୀ ପ୍ରଭାବରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ(୭୦) ବୋଲି ଜଣାପଡ଼ିଛି। କୌଣସି କାମରେ ଭ୍ରମରବର ଗାଁ ବାହାରକୁ ଆସି ଫେରୁଥିବା ବେଳେ, ହଠାତ୍ ବର୍ଷା ପବନ ହୋଇଥିଲ। ଫଳରେ ସେ ଜହ୍ନିପଦା- ହରେକୃଷ୍ଣପୁର ରାସ୍ତା ପାର୍ଶ୍ବରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଦୁର୍ଭାଗ୍ୟବଶତଃ ଏହି କୁଡ଼ିଆ ନିକଟରେ ଥିବା ଜୟନ୍ତୀ ଗଛ ଉପୁଡ଼ି ପଡ଼ି ଏହି କୁଡ଼ିଆ ଉପରେ ପଡ଼ିଥିଲା। ବୃଦ୍ଧଜଣଙ୍କ ତାହା ମଧ୍ୟରେ ଚାପି ହୋଇଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe