ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

Advertisment
ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର: ବ୍ରହ୍ମବରଦା ମହିମା ଛକ ଠାରେ ଜଣେ ବୃଦ୍ଧଙ୍କୁ ହାତୀ ଶୁଣ୍ଢ ବୁଲାଇ ଫିଙ୍ଗି ଦେଇଛି। ଗୁରୁତର ନିତ୍ୟାନନ୍ଦ ଗିରି(୬୫)ଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଆଜି ଯାଜପୁର ସଦର ଥାନା ଅନ୍ତର୍ଗତ ନୁଣୁପୁରପାଟରେ ସକାଳୁ ସକାଳୁ ବଣୁଆ ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ । ହାତୀକୁ  କାବୁ କରିବା ପାଇଁ ବନବିଭାଗ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।

ସନ୍ଧ୍ୟା ସମୟରେ ହାତୀଟି ଆଖୁ କିଆରୀରୁ ବାହାରି ବ୍ରହ୍ମବରଦା ଗାଁ ମୁହାଁ ହୋଇଥିଲା। ଖବର ପାଇ ବନବିଭାଗ ହାତୀକୁ ଘୋଡାଇବା ପାଇଁ ଉଦ୍ୟମ କରିଥିବା ବେଳେ ବ୍ରହ୍ମବରଦା ଅଞ୍ଚଳ ମହିମା ଛକ ନିକଟରେ ବୃଦ୍ଧକୁ ଆକ୍ରମଣ କରିଥିଲା ଫଳରେ ବୃଦ୍ଧ ଜଣକ ଗରୁତର ହୋଇ ଜିଲ୍ଲା ମୁଖ୍ୟ ଚିିତ୍ସାଳୟରେ ଚିକିତ୍ସତ ହେଉଛନ୍ତି। ଏ ପର୍ଯ୍ୟନ୍ତ ବନବିଭାଗ କାବୁ କରିପାରି ନଥିବା ଜଣାପଡ଼ିଛି । ସେପଟରେ ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe