Representational image
ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ଗ୍ରାମରେ କୂଅରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରାମଧନ ମହାନ୍ତ (୭୨)। ଗତକାଲି ରାମଧନ ଖାଇସାରି ଶୋଇଥିଲେ। ରାତିରେ ଶୌଚ ପାଇଁ ଯାଇ ଆଉ ଫେରିନଥଲେ। ସକାଳେ କୂଅରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ଝୁମ୍ପୁରା ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବାରିଆ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଥିଲା।
Follow Us